କନକ ବ୍ୟୁରୋ: ଘଟଗାଁ ତାରିଣୀ ପୀଠରେ ଅଘଟଣ, ନିଆଁଲାଗି ଜଳିଗଲା ୧୦ରୁ ଅଧିକ ଭୋଗ ଦୋକାନ । ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଅଘଟଣ ଘଟିଛି । ମନ୍ଦିରର ୨ନମ୍ବର ଗେଟ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଅଗ୍ନିକାଣ୍ଡରେ ଭୋଗ ଦୋକାନ ଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଏଭଳି ଅଘଟଣ ଘଟିଛି । କିଛି ମାସ ପୂର୍ବରୁ ମନ୍ଦିର ୩ ନମ୍ବର ଗେଟ ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ମଧ୍ୟ ଅଗ୍ନିକାଣ୍ଡ ଘଟି ବହୁ ଭୋଗ ଦୋକାନ ଜଳିଯାଇଥିଲା।
Follow Us