କନକ ବ୍ୟୁରୋ: କୋଭିଡ ଲକଡାଉନର ପ୍ରଭାବ ବେଳେ ପୃଥିବୀରେ ପଡିନାହିଁ ବଂର ପୃଥିବୀ ବାହାରେ ଏହାର ପ୍ରଭାବ ପଡିଛି । କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ୨୦୨୦ କୋଭିଡ ଲକଡାଉନ ଯୋଗୁ ଚନ୍ଦ୍ରରେ ପ୍ରଭାବ ପଡିଛି । ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଛି । ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । କୋଭିଡର ପିକ ସମୟ ୨୦୨୦ ଏପ୍ରିଏ--ମେ ମାସରେ ସଂକ୍ରମଣ ରୋକିବା ପାଇଁ ସାରା ବିଶ୍ୱରେ ଲକଡାଉନ କରାଯାଇଥଲା । ଫିଜିକ୍ସ ରିସର୍ଚ୍ଚ ଲାବ୍ରୋଟାରୀର କେ. ଦୁର୍ଗା ପ୍ରସାଦ ଏବଂ ଜି ଅମ୍ବିଲି ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଚନ୍ଦ୍ର ପୃଷ୍ଠରେ ୬ଟି ସ୍ଥଳରେ ରାତି ସମୟରେ ତାପମାତ୍ର କମିଥିବା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ୮-୧୦ କେଲଭିନ୍ ଖସିଥିବା ନେଇ ରିପୋର୍ଟ ପ୍ରକାଶ କରିଛି । ପୂର୍ବ ମାସ ତୁଳନାରେ ଲକ୍ଡାଉନ ମାସରେ ତାମପାତ୍ରା କମିଛି । କିନ୍ତୁ ଲକଡାଉନ ପରେ ପୁଣି ଚନ୍ଦ୍ରପୃଷ୍ଠରେ ତାପମାତ୍ର କମିଛି । ୨୦୧୭ରୁ ୨୦୨୩ ଯାଏଁ ୬ ବର୍ଷ ଆନାଲିସସ୍ କରିବା ପରେ ରିପୋର୍ଟ ପ୍ରକାଶ କରିଛନ୍ତି ଦୁଇ ଗବେଷକ ।
ଲକଡାଉନରେ କେବଳ ପ୍ରଭାବିତ ହୋଇଛି ଚନ୍ଦ୍ର । ଭାରତୀୟ ଗବେଷକଙ୍କ ରପୋର୍ଟ ।
କୋଭିଡ ଲକଡାଉନରେ କେବଳ ପୃଥିବୀ ନୁହେଁ ପ୍ରଭାବିତ ହୋଇଛି ଚନ୍ଦ୍ର । ୨୦୨୦ ଲକଡାଉନ ଯୋଗୁଁ ହ୍ରାସ ପାଇଛି ଚନ୍ଦ୍ରପୃଷ୍ଠର ତାପମାତ୍ରା । ଚର୍ଚ୍ଚାରେ ଫିଜିକ୍ସ ରିସର୍ଚ୍ଚ ଲାବ୍ରୋଟାରୀର ଭାରତୀୟ ଗବେଷକଙ୍କ ରପୋର୍ଟ ।