କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବାଣ ବିସ୍ପୋରଣ ଘଟଣାକୁ ମାସେ ପୁରିଛି । ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହେବା ସହ ୧୦ ଜଣ ଗୁରୁତର ହୋଇଥିଲେ । ଅନେକଙ୍କ ଘର ଉଜୁଡ଼ିଯାଇଥିଲା । ହେଲେ ଆଜି ଯାଏଁ ବିପନ୍ନଙ୍କୁ ସରକାରୀ ସହାୟତା ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତଙ୍କ ପରିବାର ।
ମାଟିରେ ମିଶିଛିଯାଇଛି ଘର । ଉଜୁଡ଼ିଯାଇଛି ପରିବାର । ଆଜି ବି ବିସ୍ପୋରଣର ଶଦ୍ଦ କାନରେ ଗୁଞ୍ଜରିତ ହେଉଛି । ଗାଁରୁ ଆସୁଛି ବାରୁଦ ଗନ୍ଧ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଜିଆଁକଟା ଗାଁରେ ବାଣ ବିସ୍ପୋରଣ ଘଟଣାକୁ ମାସେ ପୁରିଛି । ଗୋଟେ ପରିବାର ହରାଇଥିବା ପ୍ରିୟଜନକୁ ଝୁରୁଛି । ଅନେକ ଶାରୀରିକ ଭାବେ ଅକ୍ଷମ ହୋଇଯାଇଛନ୍ତି । ହେଲେ ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳିନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର ।
ସେପ୍ଟେମ୍ବର ୨, ରବିବାର । ବାଣ ବିସ୍ଫୋରଣରେ ଥରି ଉଠିଲା ବୌଦ୍ଧ ଜିଆଁକଟା ଗାଁ । କେହି କିଛି ବୁଝିବା ଆଗରୁ ସବୁ କିଛି ମାଟି ମିଶିଗଲା ଧ୍ୱଂସ ହୋଇଗଲା ୩୦ ରୁ ଅଧିକ ଘର । ଲକ୍ଷ୍ମୀଧର ବେହେରା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଗଲା । ୧୦ ରୁ ଅଧିକ ଗୁରୁତର ହେଲେ । ବତ୍ତର୍ମାନ ଗୁରୁତରମାନେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଆଉ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ତଦନ୍ତ କରି ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବୌଦ୍ଧ ଉପଜିଲ୍ଲାପାଳ । ବାଣ ବିସ୍ଫୋରଣ ଘଟଣାକୁ ମାସେ ପରେ ବି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ନମିଳିବା ଜିଲ୍ଲା ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/22/boudha-fire-cracker-blast-2025-10-22-18-15-30.jpg)