କନକ ବ୍ୟୁରୋ : ମୌସୁମୀ ବର୍ଷା ସାଙ୍ଗକୁ ଲଘୁଚାପ । କେବଳ ଓଡ଼ିଶା ପାଇଁ ନୁହେଁ ଦେଶର ବିଭିନ୍ନ ରାଜ୍ୟରେ ସମସ୍ୟା ନେଇ ଆସିଛି । ଗୁଜରାଟ,ଦିଲ୍ଲୀ,ମହାରାଷ୍ଟ୍ର, ପଶ୍ଚିମବଙ୍ଗ,କର୍ଣ୍ଣାଟକ ସମେତ ୬ ରାଜ୍ୟ ପାଇଁ ସତର୍କତା ଜାରି କରିଛି ଆଇଏମଡି । ଏହି ସବୁ ରାଜ୍ୟରେ ଲଗାଣ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି । ରାଜ୍ୟମାନଙ୍କ ପାଇଁ ୟେଲୋ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେପଟେ ଆସାମ, ଗୁଜରାଟ ଓ କର୍ଣ୍ଣାଟକରେ ଏବେଠୁ ଦେଖାଦେଲାଣି ବନ୍ୟା ସମସ୍ୟା । ଗୁଜରାଟରେ ଲଗାଣବର୍ଷା ପରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର କୂଳରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । ସେପଟେ ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବିଭିନ୍ନ ଜିଲ୍ଲାକୁ ଘାରିଛି ବନ୍ୟା ସମସ୍ୟା । 

Advertisment

ଅନ୍ୟପଟେ ପ୍ରବଳବର୍ଷାରେ ବେହାଲ ଉତ୍ତରାଖଣ୍ଡ । କେଦାରନାଥରେ ଭୁସ୍ଖଳନ କାରଣରୁ ୨ଜଣଙ୍କ ମୃତ୍ୟୁ ସହ ୩ଜଣ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳୁ ଜଙ୍ଗଲଛେତି ଘାଟ ଦେଇ ପର୍ଯ୍ୟଟକ  ଯାଉଥିବା ସମୟରେ ଭୁସ୍ଖଳନ ଘଟିଥିଲା । ଯାହାଫଳରେ ବନ୍ୟା ପାଣି ମିଶା ମାଟି  ଓ ପଥରଖଣ୍ଡ ପଡିବା ଯୋଗୁଁ ୨ ପର୍ଯ୍ୟଟକଙ୍କ  ମୃତ୍ୟୁ ହୋଇଛି । ଆହାତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।