୨୪ ଘଣ୍ଟାରେ ପହଞ୍ଚିବ ମୌସୁମୀ: ଆଣ୍ଡାମାନ ଛୁଇଁବ, ପ୍ରବଳ ବର୍ଷିବ

Advertisment

ଆସୁଛି ମୌସୁମୀ, କାଲି ଛୁଇଁବ ଆଣ୍ଡାମାନ । ୨୭ ମେ ସୁଦ୍ଧା ପହଁଞ୍ଚିପାରେ କେରଳ । ବଦଳିଯିବ ପାଗର ମିଜାଜ । ଏପଟେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି । 

ଆସୁଛି ମୌସୁମୀ, କାଲି ଛୁଇଁବ ଆଣ୍ଡାମାନ । ୨୭ ମେ ସୁଦ୍ଧା ପହଁଞ୍ଚିପାରେ କେରଳ । ବଦଳିଯିବ ପାଗର ମିଜାଜ । ଏପଟେ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ଅସହ୍ୟ ଗରମ ସାଂଗକୁ ଗୁଳୁଗୁଳି । 

3--monsoon

କନକ ବ୍ୟୁରୋ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ଆସୁଛି ମୌସୁମୀ, ଛୁଇଁବ ଆଣ୍ଡାମାନ । ବଦଳିଯିବ ପାଣିପାଗର ମିଜାଜ । ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀବାୟୁ ଅଗ୍ରସର ପାଇଁ ପାଣିପାଗର ସ୍ଥିତି ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ମେ ୨୭ ସୁଦ୍ଧା ମୌସୁମୀ କେରଳରେ ପହଞ୍ଚିବ । ଏମିତି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ମୌସୁମୀର ସଅଳ ଆଗମନରେ ଚାଷୀ ଖୁସି ଅଛନ୍ତି । ପାଣିପାଗ ବିଜ୍ଞାନୀ ଆଉ ଦୁଇପାଦ ଆଗକୁ ଯାଇ କହିଲେଣି ଚଳିତ ବର୍ଷ ସ୍ଵାଭାବିକଠାରୁ ଅଧିକ ବର୍ଷା କରେଇବ ମୌସୁମୀ । ରାଜ୍ୟରେ ବର୍ତ୍ତମାନ ଅସହ୍ୟ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଛି । ତାତି ଅପେକ୍ଷା ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏହାରି ଭିତରେ ଆସନ୍ତା ଦୁଇ ଦିନ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗର ଆକଳନ କରିଛି। 
 
ଭଦ୍ରକ, କଟକ, ଖୋର୍ଦ୍ଧା, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନୟାଗଡ଼, ବୌଦ୍ଧ, ଗଜପତି, ଯାଜପୁର, ଢେଙ୍କାନାଳ, ବରଗଡ଼, ନୂଆପଡ଼ା, ଜଗତସିଂହପୁର ଆଦି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ । କିଛି ଜିଲ୍ଲାରେ ଉଷ୍ଣ ଆଦ୍ର ଜଳବାୟୁ ରହିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳିକୁ ନେଇ ଆଗାମୀ ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
 
ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋ ଆଲର୍ଟ ଜାରି କରାଯାଇଛି । ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ପବନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe