କନକ ବ୍ୟୁରୋ : ଚଳିତ ବର୍ଷ ମୌସୁମୀ ଆଣିବ ଖୁସି ଖବର । ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ । ୨୦୨୫ ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ ଭାରତୀୟ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଜୁନ ମାସରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ । ଜୁଲାଇ ଓ ଅଗଷ୍ଟ ମାସରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ସ୍ୱାଭାବିକ ଅବା ଏହାଠାରୁ ଟିକେ କମ ବର୍ଷା ହେବ ।

Advertisment

ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି । ଡିସେମ୍ବରରୁ ଫେବ୍ରୁଆରୀ ଯାଏଁ ଉତ୍ତର ଗୋଲାର୍ଦ୍ଧ ଓ ୟୁରେସିଆ ଅଞ୍ଚଳରେ ସ୍ନୋ କଭର ଅଞ୍ଚଳ କମ ଥିଲା, ଯାହା ମୌସୁମୀ ଉପରେ ଭଲ ପ୍ରଭାବ ପଡିବ ଏବଂ ମୌସୁମୀ ପାଇଁ ସହାୟକ ହେବ । ସେହିପରି ୟୁରେସିଆ ଅଞ୍ଚଳରେ ଚଳିତ ଥର ତୁଷାର ଆଚ୍ଛାଦାନ କମ ଥିବାରୁ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ପାଇଁ ସାହାଯ୍ୟ କରିବ ।

ସାଧାରତଃ ୟୁରେସିଆ ଅଞ୍ଚଳରେ ତୁଷାର ଆଚ୍ଛାଦନ ଅଧିକ ରହିଲେ ମୌସୁମୀ ବର୍ଷା କମ ହୋଇଥାଏ । ଚଳିତ ବର୍ଷ ଉଭୟ ପ୍ରଶାନ୍ତ ମହାସାଗରରେ ନିଷ୍କ୍ରିୟ ଏଲନିନୋ ଏବଂ ବିଷୁବ ରେଖା ନିକଟସ୍ଥ ଭାରତ ମହାସାଗରରେ ଆଇ. ଓ. ଡି ନିଷ୍କ୍ରିୟ ରହୁଛି । ଯାହାକି ମୌସୁମୀରେ ସ୍ୱାଭାବିକ ବର୍ଷା ପାଇଁ ସାହାଯ୍ୟ କରିଥାଏ ।

ସେପଟେ ଟ୍ୱିନ୍‌ସିଟିରେ ଆଜି ପ୍ରବଳ ବର୍ଷା । କଟକ ଓ ଭୁବନେଶ୍ୱରରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ବିଜୁଳି ଘଡ଼ଘଡ଼ି ସହ ଲାଗି ରହିଛି ବର୍ଷା । ତିନି ଘଣ୍ଟା ପାଇଁ ସତର୍କ କରାଇଲା ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ପାଇଁ IMD ପୂର୍ବାନୁମାନ କରିଛି ।