କନକ ବ୍ୟୁରୋ: ସୁହାଉଛି ପାଗ, ଆଗଉଛି ମୌସୁମୀ । ସମୟ ପୂର୍ବରୁ କେରଳ ଛୁଇଁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଧୀରେ ଧୀରେ ଆଗକୁ ବଢ଼ି ଚାଲିଛି । ସ୍ୱାଭାବିକ ସମୟଠାରୁ ୮ ଦିନ ଆଗୁଆ କେରଳ ଛୁଇଁଛି ମୌସୁମୀ । ଏବେ ଓଡ଼ିଶାରେ ମଧ୍ୟ ସମୟ ପୂର୍ବରୁ ପହଞ୍ଚିବ ବୋଲି ଆକଳନ କରାଯାଉଛି । ଏପଟେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ମୌସୁମୀ ବାୟୁକୁ ଟାଣି ଆଣିବ ବୋଲି ଆକଳନ କରାଯାଉଛି । ଏବେଠୁ ଓଡ଼ିଶାରେ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ଚାରିଆଡ଼େ ମେଘୁଆ ପାଗ ରହିଛି । ଅନେକ ସ୍ଥାନରେ ବର୍ଷା ମଧ୍ୟ ହେଉଛି । 

Advertisment

ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ମୌସୁମୀ ବାୟୁ ଅଗ୍ରସର ହେବାକୁ ପାଗ ସମ୍ପୂର୍ଣ୍ଣ ଅନୁକୁଳ ରହିଛି । ବର୍ତ୍ତମାନ ସୁଦ୍ଧା କର୍ଣ୍ଣାଟକର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ମିଜୋରାମ, ମଣିପୁର ଏବଂ ନାଗାଲାଣ୍ଡର କିଛି ଅଞ୍ଚଳକୁ ଛୁଇଁଛି ମୌସୁମୀ । ଆଗାମୀ ୩ଦିନରେ ମହାରାଷ୍ଟ୍ରର ମୁମ୍ବାଇ, କର୍ଣ୍ଣାଟକର ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ ଏବଂ ତାମିଲନାଡୁର ବାକିଥିବା ଅଞ୍ଚଳରେ ମୌସୁମୀ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

୧୯୯୯ରେ ମେ ୨୮ରେ ମୌସୁମୀ ବର୍ଷା ହୋଇଥିଲା
୧୯୧୮ରେ ମେ ୧୧ରେ କେରଳ ପହଞ୍ଚିଥିଲା ମୌସୁମୀ
ମୌସୁମୀ ସଅଳ ପହଞ୍ଚିବାରେ ୧୯୧୮ ସର୍ବକାଳୀନ ରେକର୍ଡ
୧୯୭୨ରେ ଜୁନ ୧୮ ତାରିଖରେ କେରଳ ଛୁଇଁଥିଲା ମୌସୁମୀ
୧୯୭୨ରେ ସବୁଠୁ ବିଳମ୍ବରେ କେରଳ ଛୁଇଁଥିଲା ମୌସୁମୀ