ପାଣିପାଗ ବିଭାଗର ଆକଳନ, ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

Advertisment

୨୭ ମେ’ ରେ କେରଳ ପହଞ୍ଚିପାରେ ମୌସୁମୀ । ଚଳିତ ଥର ଶୀଘ୍ର କେରଳ ଛୁଇଁବ ମୌସୁମୀ ।

୨୭ ମେ’ ରେ କେରଳ ପହଞ୍ଚିପାରେ ମୌସୁମୀ । ଚଳିତ ଥର ଶୀଘ୍ର କେରଳ ଛୁଇଁବ ମୌସୁମୀ ।

ପାଣିପାଗ ବିଭାର ଆକଳନ

ପାଣିପାଗ ବିଭାର ଆକଳନ Photograph: (kanaknews)

କନକ ବ୍ୟୁରୋ: ଚଳିତ ବର୍ଷ  ଶୀଘ୍ର ଛୁଇଁ ପାରେ ମୌସୁମୀ । ଏନେଇ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି । ପାଣିପାଗ ବିଭାଗ କହିଛି  ଦକ୍ଷିଣ  ପଶ୍ଚିମ ମୌସୁମୀ  ବାୟୁ  ୨୭ ମେ’ ରେ କେରଳ ପହଞ୍ଚିପାରେ  । ସାଧାରଣତଃ ମୌସମୀ   ଜୁନ୍‌ ୧ ପର୍ଯ୍ୟନ୍ତ  କେରଳରେ ପହଞ୍ଚିଥାଏ କିନ୍ତୁ ଚଳିତ ଥର  ମୌସୁମୀ  ଶୀଘ୍ର  କେରଳ ପହଞ୍ଚିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।  ଯଦି ମୌସୁମୀ ୨୭ ମେ’ ସୁଦ୍ଧା କେରଳରେ ପହଞ୍ଚିଯାଏ, ତେବେ ଏହା ୨୦୦୯ ପରଠାରୁ ପ୍ରଥମ ଥର ହେବ । କାରଣ ୨୦୦୯ରେ ମୌସୁମୀ କେରଳରେ  ୨୩ ମେ’ ରେ ପହଞ୍ଚିଥିଲା।   

ସାଧାରଣତଃ  ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ୍‌ ୧ରେ କେରଳରେ ପହଞ୍ଚିବା ପରେ  ଜୁଲାଇ ୮ ପର୍ଯ୍ୟନ୍ତ ସାରା  ଭାରତରେ ବର୍ଷା ହୋଇଯାଇଥାଏ।  । ୧୭ ସେପ୍ଟେମ୍ବରରେ ମୌସୁମୀ  ଭାରତର  ଉତ୍ତର ପଶ୍ଚିମ ଅଞ୍ଚଳରୁ ହଟି ଯାଇଥାଏ ।  ଅକ୍ଟୋବର ୧୫  ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ଭାରତର ଉତ୍ତର ପଶ୍ଚିମ  ଅଞ୍ଚଳରୁ ଫେରିଯାଇଥାଏ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe