କନକ ବ୍ୟୁରୋ: ମୌସୁମୀ ସରିବାକୁ ବସିଲାଣି । ହେଲେ ବିଧାନସଭାରେ ବସିପାରିଲାନି ମୌସୁମୀ ଅଧିବେଶନ । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ କହି ଘନ ଘନ ଆକ୍ରମଣ କରୁଛନ୍ତି ବିରୋଧୀ । ତେଣୁ ଅକଳରେ ପଡ଼ିବାକୁ ଥିବାରୁ ସରକାର ଅଧିବେଶନ ବିଳମ୍ବ କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି । ନଜର ପକାନ୍ତୁ ବିଧାନସଭାର ତଥ୍ୟ କେବେ ବସେ ମୌସୁମୀ ଅଧିବେଶନ ।
ମୌସୁମୀ ଆସି ଫେରିବାକୁ ବସିଲାଣି । ହେଲେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇପାରିଲାନି । ବିଶେଷ କରି ଜୁଲାଇ-ଅଗଷ୍ଟ ମାସରେ ବିଧାନସଭାର ମୌସୁମୀ ଅଧିବେଶନ ବସିଥାଏ । ହେଲେ ଏଥର ବହୁ ବିଳମ୍ବ ହେଲାଣି । ବିଜ୍ଞପ୍ତି ପ୍ରକାଶ ପାଇବାର ୨୦-୨୫ ଦିନ ଭିତରେ ଅଧିବେଶନ ଆରମ୍ଭ ହେବା କଥା । ହେଲେ ଏ ଯାଏଁ ବିଧାନସଭା ସଚିବାଳୟ ପକ୍ଷରୁ ଅଧିବେଶନର ତାରିଖ ଆସିନାହିଁ । ନଜର ପକାନ୍ତୁ ୫ ବର୍ଷର ବିଧାନସଭା ତଥ୍ୟ ଉପରେ, କେଉଁ ମାସରେ ବସିଥିଲା ବିଧାନସଭା ଅଧିବେଶନ ।
ବିଧାନସଭା ମୌସୁମୀ ଅଧିବେଶନ
୨୦୧୯-୨୫ ଜୁନ୍ରୁ ଅଗଷ୍ଟ ୩
୨୦୨୦- ୨୯ ସେପ୍ଟେମ୍ୱରରୁ ଅକ୍ଟୋବର ୬
୨୦୨୧- ସେପ୍ଟେମ୍ବର ୧ରୁ ୯ ତାରିଖ
୨୦୨୨- ଜୁଲାଇ ୨ରୁ ଅଗଷ୍ଟ ୧
୨୦୨୩- ୨୨ ସେପ୍ଟେମ୍ୱରରୁ ୩ ଅକ୍ଟୋବର
୨୦୨୪- ୨୨ ଜୁଲାଇରୁ ୧୩ ସେପ୍ଟେମ୍ୱର
ବିଧାନସଭା ବିଳମ୍ବକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ଓ ଝିଅ ଜଳିବା ପ୍ରସଙ୍ଗରେ ସରକାର ବ୍ୟାକଫୁଟ୍ରେ ଅଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ତେଣୁ ବିଜେପି ସରକାର ବିଧାନସଭା ଅଧିବେଶନ ଡାକିବାକୁ ଚାହୁନାହାନ୍ତି । ଆଉ ବିଜେପି କହିଛି, ଠିକ୍ ସମୟରେ ଅଧିବେଶନ ବସିବ । ସୂଚନା ଅନୁସାରେ, ସେପ୍ଟେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବସିପାରେ ବିଧାନସଭାର ମୌସୁମୀ ଅଧିବେଶନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/08/11/23-monsoon-2025-08-11-19-55-30.jpg)