କନକବ୍ୟୁରୋ : ଧୁମଧାମରେ ଚାଲିଛି ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଖୋଳତାଳରେ କମ୍ପୁଛି ପରିବେଶ । ପ୍ରଭୁଙ୍କ ନାମ ସ୍ମରଣ ସହ ଚାଲିଛି ଠାକୁରଙ୍କ ବିଭୂତି ଖୋଳା ଉତ୍ସବ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱରଙ୍କ ବିଭୂତି ଖୋଳା ଉତ୍ସବରେ ଲାଗିଛି ଶହଶହ ଶ୍ରଦ୍ଧାଳୁଙ୍କ ଭିଡ । ବିରାଟ ପଟ୍ଟୁଆରେ ଠାକୁରଙ୍କ ଆଜ୍ଞାମାଳ ନିଆ ଯାଇ ବିଭୂତି ବାଟିକାରୁ ବିଭୂତି ସଂଗ୍ରହ କରା ଯାଇଛି । । ଶହଶହ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି ।