କନକବ୍ୟୁରୋ : ଭାରତରେ ମଙ୍କିପକ୍ସ, ଚିହ୍ନଟ ହେଲେ ପ୍ରଥମ ସନ୍ଦିଗ୍ଧ। ଦେଶରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ସନ୍ଦିଗ୍ଧ ଚିହ୍ନଟ ହୋଇଥିବା ଘୋଷଣା କରିଛି କେନ୍ଦ୍ର ସ୍ବାସ୍ଥ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ନିକଟରେ ଭାରତ ଆସିଥିବା ଜଣେ ଯୁବ ପୁରୁଷ ରୋଗୀଙ୍କ ଠାରେ ଏହି ଭୂତାଣୁ ଚିହ୍ନଟ କରାଯାଇଛି। ମଙ୍କିପକ୍ସ ସଂକ୍ରମିତ ଦେଶରୁ ସେ ଭାରତ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଠାବ ହୋଇଥିବା ଏହି ରୋଗୀଙ୍କ ରକ୍ତନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ପ୍ରୋଟୋକଲ ଅନୁଯାୟୀ ମାମଲାର ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରାଯାଉଛି।

Advertisment

ସମ୍ଭାବ୍ୟ ଉତ୍ସକୁ ଚିହ୍ନଟ କରିବା ଏବଂ ଦେଶ ଭିତରେ ଏହାର ପ୍ରଭାବ ଆକଳନ କରିବା ପାଇଁ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମାରାତ୍ମକ ଭୂତାଣୁ ଯୋଗୁ ସୃଷ୍ଟି ହେବାକୁ ଥିବା ଯେକୌଣସି ସମ୍ଭାବ୍ୟ ବିପଦକୁ ହ୍ରାସ କରିବା ଏବଂ ନିୟନ୍ତ୍ରଣ କରିବାକୁ ଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍କିପକ୍ସ ସ୍ଥିତି ନେଇ ସମୀକ୍ଷା କରିବାର କିଛି ଦିନ ପରେ ଏହି ରୋଗୀ ଜଣକ ଚିହ୍ନଟ ହୋଇଛନ୍ତି। ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ ୨ରୁ ୪ ସପ୍ତାହ ମଧ୍ୟରେ ରହିଥାଏ। ଏହି ସମୟସୀମା ମଧ୍ୟରେ ରୋଗୀମାନେ ନିର୍ଦ୍ଧାରିତ ଚିକିତ୍ସା ପଦ୍ଧତିରେ ସୁସ୍ଥ ହୋଇଥାନ୍ତି।  

କଣ ଜାଣନ୍ତି ଏହାର ଲକ୍ଷଣ ? ଜାଣି ରଖନ୍ତୁ ଏହାର ଲକ୍ଷଣ  

ମଙ୍କିପକ୍ସ ଲକ୍ଷଣ କ’ଣ?
ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ 
ମଙ୍କିପକ୍ସର ବିଶେଷ ଲକ୍ଷଣ ଚିକେନ ପକ୍ସ ଲକ୍ଷଣ ଭଳି ସମାନ
ସଂକ୍ରମିତ ହେଲେ ଶରୀରରେ ନାଲି ଦାଗ ଦେଖାଦେଇଥାଏ
ଶରୀରରେ କଛି ସ୍ଥାନ ଫୁଲିଯିବା ସହ ଦରଜ ହୋଇଥାଏ
ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ
ଲକ୍ଷଣ ସବୁ ୨ରୁ ୫ ଦିନ ପର୍ୟ୍ୟନ୍ତ ଦେଖାଦେଇଥାଏ
ରୋଗୀ ବ୍ୟବହାର କରୁଥିବା ଜିନିଷ ମାଧ୍ୟମରେ ଭୂତାଣୁ ବ୍ୟାପିଥାଏ
ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୁଏ

କ’ଣ କରିବେ, କ’ଣ କରିବେନି ?
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବେ
ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନିଷଠାରୁ ଦୂରେଇ ରହିବେ
ଚର୍ମକୁ ଘୋଡ଼ାଇ ରଖିବା ସହ ପଶୁଙ୍କଠାରୁ ଦୂରେଇ ରହିବେ
ବିଶେଷ କରି ମୂଷା ଓ ମାଙ୍କଡ଼ଙ୍କଠାରୁ ଦୂରରେ ରହିବା ଆବଶ୍ୟକ
ସଚେତନ ରହିଲେ ହିଁ ମିଙ୍କିପକ୍ସର ନିରାକରଣ ସମ୍ଭବ