କନକ ବ୍ୟୁରୋ : ଭୟ ଖେଳାଉଛି ମାଙ୍କଡ ଉପଦ୍ରବ । ବସ୍ତା ସାନଅସ୍ତି ଗାଁରେ ମାଙ୍କଡ ଅକ୍ରମଣରେ ୧୫ରୁ ଅଧିକ ଆହତ ହୋଇଛନ୍ତି । ଭୟରେ ଘରେ କବାଟ ବନ୍ଦ କରି ରହୁଛନ୍ତି ଗାଁ ଲୋକ । ମାଙ୍କଡ ଧରିବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ପାଖରେ ଆବଶ୍ୟକ ସରଞ୍ଜାମ ନଥିବାରୁ ଘଉଡାଇବାରେ ହେଛନ୍ତି ବିଫଳ ହେଉଛି ବନ ବିଭାଗ । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତକିଛି ଦିନ ହେଲା ୫୦ ରୁ ଅଧିକ ମାଙ୍କଡ ସାନଅସ୍ତି ଗାଁରେ ଡେରା ପକାଇଛନ୍ତି । ଏହି ମାଙ୍କଡ ପଲ ଭିତର ଗୋଟିଏ ପାଗଳ ମାଙ୍କଡ ଥିବାରୁ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛି । ଏମିତିକି ଘର ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି । ଏହି ମାଙ୍କଡ ଆକ୍ରମଣରେ ୧୫ ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଯାହାକୁ ନେଇ ଭୟଭିତ ହୋଇ ପଡିଛନ୍ତି ଗ୍ରାମବାସୀ । ତେଣୁ ମାଙ୍କଡ ପଲକୁ ଧରିବା ପାଇଁ ବନ ବିଭାଗକୁ ନିବେଦନ କରିଛନ୍ତି ଗ୍ରାମବାସୀ ।