କନକ ବ୍ୟୁରୋ: ଆମେରିକାରେ ଗିରଫ ହେଲେ ୨୩ ବର୍ଷ ହେଲା ଫେରାର ଥିବା ମୋନିକା କପୁର । ଫେରାର ଥିବା ଅର୍ଥନୈତିକ ଅପରାଧୀ ମୋନିକା କପୁରଙ୍କୁ ସିବିଆଇ ହେପାଜତକୁ ନେଇ ଭାରତ ଅଣାଯାଉଛି । ସୂଚନା ଅନୁସାରେ, ବୁଧବାର ରାତିରେ ସିବିଆଇ ଭାରତ ପହଞ୍ଚିବ । ୧୯୯୯ ମସିହାରେ ମୋନିକା ଓ ତାଙ୍କ ଦୁଇ ଭାଇଙ୍କ ସହ ମିଳିତ ଭାବେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ତିଆରି କରି ଭାରତ ସରକାରଙ୍କଠାରୁ ଡ୍ୟୁଟି ମୁକ୍ତ କଞ୍ଚାମାଲ ଆମଦାନୀ କରିଥିଲେ, ଯାହା ଦ୍ୱାରା ସରକାରଙ୍କୁ ୧ କୋଟି ୪୪ ଲକ୍ଷରୁ ଅଧିକ କ୍ଷତି ହୋଇଥିଲା । ୨୦୧୦ ମସିହାରେ ଭାରତ ଆମେରିକାକୁ ମୋନିକାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲା । ନ୍ୟୁୟର୍କର ଇସ୍ଟର୍ନ ଡିଷ୍ଟ୍ରିକ୍ଟ କୋର୍ଟ ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅଧୀନରେ ତାଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛି ।
ଗିରଫ ହେଲେ ମୋନିକା କପୁର ; ୨୨ ବର୍ଷ ହେବ ଥିଲେ ଫେରାର
ଆମେରିକାରେ ଗିରଫ ହେଲେ ୨୩ ବର୍ଷ ହେଲା ଫେରାର ଥିବା ମୋନିକା କପୁର । ଗିରଫ ପରେ କପୁରଙ୍କୁ ହେପାଜତକୁ ନେଇ ଭାରତ ଆଣୁଛି ସିବିଆଇ । ୧୯୯୯ରେ ଗହଣା ବ୍ୟବସାୟ ପାଇଁ ନକଲି କାଗଜପତ୍ର ଦେଇ ସରକାରଙ୍କୁ ୧ କୋଟି ୪୪ ଲକ୍ଷ ଟଙ୍କା ଠକିଥିଲେ ।
/kanak/media/media_files/2025/07/09/monika-kapoor-2025-07-09-14-33-12.jpg)