ଜଗତସିଂହପୁର ବାଲିକୁଦାରେ ଅନଲାଇନ୍ ଗେମିଂ ଆପ୍‌ ଜରିଆରେ ଟଙ୍କା ଠକେଇ ଘଟଣା : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର

ଜଗତସିଂହପୁର ଅନ୍‌ଲାଇନ ମନି ଆପ୍‌ରେ ୨୦ କୋଟି ଟଙ୍କା ଠକେଇ ମାମଲା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର କଲା ପୁଲିସ୍  । ଲୋଭନୀୟ ଅଫର୍ ଦେଇ ହିୟୁଜ୍ ଆପ୍ ୨୦ କୋଟି ଠକେଇ କରିଥିବା  ଅଭିଯୋଗ ହୋଇଥିଲା 

35

Photograph: (KANAKNEWS)

କନକବ୍ୟୁରୋ : ଜଗତସିଂହପୁର ଅନ୍‌ଲାଇନ ମନି ଆପ୍‌ରେ ୨୦ କୋଟି ଟଙ୍କା ଠକେଇ ମାମଲା। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମାମଲା ହସ୍ତାନ୍ତର କଲା ପୁଲିସ୍  । ଲୋଭନୀୟ ଅଫର୍ ଦେଇ ହିୟୁଜ୍ ଆପ୍ ୨୦ କୋଟି ଠକେଇ କରିଥିବା  ଅଭିଯୋଗ ହୋଇଥିଲା  ।  ବାଲିକୁଦା ଅଂଚଳର ଶତାଧିକ ମହିଳା ଓ ଯୁବକ ଜଗତସିଂହପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଜି ଇଓଡବ୍ଲୁର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବାର କାର୍ଯ୍ୟକ୍ରମ ରହିଛି ।  ୫ ହଜାର ୫୦୦ ଟଙ୍କା ନିବେଶ କଲେ ଦିନକୁ ମିଳିବ ୨୦୦ ଟଙ୍କା। ୧୬ ହଜାର ୫୦୦ ନିବେଶ କଲେ ଦୈନିକ ମିଳିବ ୬୧୫ ।

 ନିଜ ଅଧିନରେ ଯେତେ ଅଧିକ ଲୋକଙ୍କୁ ସାମିଲ କରିବ ଦରମା ଆକାରରେ ମିଳିବ ସେତେ ଅଧିକ ଟଙ୍କା। କିଛି ଏଭଳି ଲୋଭନୀୟ ଅଫର ଦେଇ ନଭେମ୍ବର ୨୦୨୪ରେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ଏଣ୍ଟ୍ରି ମାରିଥିଲା ଅନଲାଇନ ମନି ଗେମ୍ ସଂସ୍ଥା ହିୟୁଜ୍ ଆପ। ଟାର୍ଗେଟରେ ଥିଲେ ଗ୍ରାମାଞ୍ଚଳର ଯୁବପିଢି ଓ ମହିଳା। ଆପ୍‌ରେ ଅଧିକରୁ ଅଧିକ ଲୋକ ଯୋଡିବାକୁ କୁଲର ଓ ଫ୍ରିଜ୍ ଉପହାରରେ ଦେଇଥିଲା । 

କମ୍ପାନୀର ଏହି ଲୋଭନୀୟ ଅଫର ଜାଲରେ ଛନ୍ଦି ହୋଇଯାଇଥିଲେ ବାଲିକୁଦା ଅଞ୍ଚଳର ହଜାର ହଜାର ଲୋକ। ଯେଉଁଥିରେ ହଜାରରୁ ଅଧିକ ସୁଭଦ୍ରା ହିତାଧିକାରୀ ମଧ୍ୟ ଥିଲେ। ଅଧିକ ଟଙ୍କା ପାଇବା ଆଶାରେ ସୁଭଦ୍ରା ଟଙ୍କାକୁ ଆପରେ ନିବେଶ କରିଥିଲେ। ହେଲେ ଗତ ୨୦ ତାରିଖ ପରଠାରୁ ଅନଲାଇନ ଆପ୍‌ର ଖୋଜ ଖବର ନାହିଁ। କୋଟି କୋଟି ଟଙ୍କା ଚୁନା ମାରି ଫେରାର ହୋଇଯାଇଛି ସଂସ୍ଥା ।
--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe