କନକ ବ୍ୟୁରୋ : ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବେଞ୍ଚରୁ ମିଳିଲା ଟଙ୍କା ବିଡ଼ା। ଟଙ୍କା ବଣ୍ଡଲ ମିଳିବା ପରେ ଗୃହରେ ପ୍ରବଳ ହଙ୍ଗାମା। ରାଜ୍ୟସଭା ଅଧ୍ୟକ୍ଷ ନିଜେ ଏନେଇ ଆଜି ଗୃହରେ ସୂଚନା ଦେଇଛନ୍ତି । ଗୃହରେ ଦୈନିକ ଚେକିଂ ବେଳେ କଂଗ୍ରେସ ବେଞ୍ଚରୁ ମିଳିଛି ଟଙ୍କା ବିଡା । ଏହା ଏକ ସଙ୍ଗୀନ ମାମଲା, ଏଥିରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ ।
ଗତକାଲି ଗୃହ ମୁଲତବି ହେବା ପରେ ଯାଞ୍ଚ କରିଥିଲେ ସୁରକ୍ଷା ଅଧିକାରୀ । ଏନେଇ ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ଯେଉଁ ସିଟ୍ରୁ ଟଙ୍କା ମିଳିଛି ତାହା ତେଲେଙ୍ଗାନାର କଂଗ୍ରେସ ସାଂସଦ ଅଭିଷେକ ମନ୍ନୁ ସିଂଘବୀଙ୍କର ବୋଲି ଜଣାପଡିଛି । ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ।