କୋରାପୁଟରୁ ଆସିଲା ସାଂଘାତିକ ଅଭିଯୋଗ: ସର୍ଭେ ବେଳେ ମଗାଯାଉଛି ଟଙ୍କା; ମନ୍ତ୍ରୀ କହିଲେ, ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

Advertisment

ପିଏମ୍ ଆବାସ ସର୍ଭେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଚେତାବନୀ ଦେଇଥିଲେ। ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ସର୍ଭେ ବେଳେ ଆବେଦନକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି ।

ପିଏମ୍ ଆବାସ ସର୍ଭେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଚେତାବନୀ ଦେଇଥିଲେ। ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ସର୍ଭେ ବେଳେ ଆବେଦନକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି ।

EFE

Photograph: (KANAK NEWS)

କନକ ବ୍ୟୁରୋ: ପିଏମ୍ ଆବାସ ସର୍ଭେ ଅଧିକାରୀଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ଚେତାବନୀ ଦେଇଥିଲେ। ଅନିୟମିତତା ହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଥିଲା । ସର୍ଭେ ବେଳେ ଆବେଦନକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବନି । ହେଲେ, କୋରାପୁଟ ଜିଲ୍ଳାର ଉପାନ୍ତ ଅଂଚଳରୁ ଯାହା ଅଭିଯୋଗ ଆସିଛି ତାହା ସାଂଘାତିକ । ଆବାସ ନାଁରେ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆସିଛି । 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଣ୍ଟନରେ ସ୍ବଛତା ଆଣିବା ପାଇଁ ସରକାର ସର୍ଭେ ଆରମ୍ଭ କରିଥିବାବେଳେ, କୋରାପୁଟ ଜିଲ୍ଲାରୁ ଆସିଛି ଏହି ଅଭିଯୋଗ । ପ୍ରଧାନମନ୍ତ୍ରୀ ଆବାସ ସର୍ଭେ ବେଳେ ଗାଁ ଗାଁରେ ଟଙ୍କା ଆଦାୟ କରାଯାଉଥିବା ଲୋକ ଅଭିଯୋଗ କରିଛନ୍ତି। ଧାଡି ହୋଇ ଠିଆ ହୋଇଛି ଖପର ଘର । କିନ୍ତୁ ବିଡମ୍ବନାର ବିଷୟ ଟଙ୍କା ନଦେଲେ ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ସାମିଲ କରାଯିବ ନାହିଁ ବୋଲି କହି ସେମାନଙ୍କୁ ଡରାଯାଉଛି । ତେଣୁ ଘର ଖଣ୍ଡେ ପାଇବା ଆଶାରେ ଗରିବ ଲୋକମାନେ, ଧାନ ଓ ମାଣ୍ଡିଆ ବିକି ସର୍ଭେ ଅଧିକାରୀଙ୍କୁ ଟଙ୍କା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି l 

କୁଲି ମଜୁରୀ କରି ପେଟ ପୋଷୁଥିବା ନିରୀହ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ  ନିୟମ ସମ୍ପର୍କରେ ଜାଣି ନାହାନ୍ତି । ଏହି ସୁଯୋଗରେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ସର୍ଭେ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି।  ଏସମ୍ପର୍କରେ ଆମେ ଦଶମନ୍ତପୁର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେ କହିଛନ୍ତି, ଏହା ଏକ ଦଣ୍ଡନୀୟ ଅପରାଧ। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମାର୍ଚ୍ଚ ଶେଷ ସୁଦ୍ଧା ପିଏମ୍ ଆବାସ ସର୍ଭେ ସରି ସରକାରଙ୍କୁ ରିପୋର୍ଟ ଦିଆଯିବ। ସର୍ଭେ ବେଳେ ଟଙ୍କା ଆଦାୟ  ଅଭିଯୋଗ ଆସିଥିବାରୁ ଆବାସ ବଣ୍ଟନରେ ଦୁର୍ନୀତିର ଯଥେଷ୍ଟ ଆଶଙ୍କା ରହିଛି । ଏବେ ଦେଖିବାର କଥା, ବିଜେଡି ସରକାର ସମୟରେ ଆବାସ ବଂଟନରେ ଅନିୟମିତତା ହୋଇଥିବ ଅଭିଯୋଗ କରି ଆସୁଥିବା ବିଜେପି ସମୟରେ କେତେ ସ୍ବଛତା ରହୁଛି?  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe