ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ ଆଣିଦେଇଛି ସଫଳତା । ନିଜସ୍ଵ ପ୍ରଚେଷ୍ଟାରେ ପ୍ରଶାସନିକ ଅଧିକାରୀ ମୋନାଲିସା

ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ବି କିପରି ସଫଳତା ହାସଲ କରିହେବ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ମୋନାଲିସା ସାହୁ । ପରିବାର କହିଲେ ମାଆ ଆଉ ପକ୍ଷାଘାତ ରୋଗରେ ପୀଡ଼ିତ ବାପା

oas

କନକ ବ୍ୟୁରୋ: ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ବି କିପରି ସଫଳତା ହାସଲ କରିହେବ ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ମୋନାଲିସା ସାହୁ । ପରିବାର କହିଲେ ମାଆ ଆଉ ପକ୍ଷାଘାତ ରୋଗରେ ପୀଡ଼ିତ ବାପା । ରୋଗଗ୍ରସ୍ତ ବାପାଙ୍କ ସେବା କରିବା ସହ ଘରକାମ ସମ୍ଭାଳି ସେ ସଫଳତା ହାସଲ କରିଛନ୍ତି । ଏଥର ଓଡ଼ିଶା ପ୍ରଶାସନିକ ସେବାରେ ସେ ୪୪୦ ରାଙ୍କରେ ରହି ଅନ୍ୟାମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

  • ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ ଆଣିଦେଇଛି ସଫଳତା
  • ନିଜସ୍ଵ ପ୍ରଚେଷ୍ଟାରେ ହୋଇଛନ୍ତି ପ୍ରଶାସନିକ ଅଧିକାରୀ

ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମୋନାଲିସା ସାହୁ । ମୋନାଲିସାଙ୍କ ସଫଳତାର କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ଭାବବିହ୍ବଳ କଲାଭଳି। ମୋନାଲିସାଙ୍କ ପରିବାର କହିଲେ ମା ଓ ପକ୍ଷାଘାତ ରୋଗରେ ପୀଡ଼ିତ ବାପା । ଗତ ୨୭ ବର୍ଷ ହେବ ବାପା ବଳରାମ ସାହୁ ଦୁରାରୋଗ୍ୟରେ ପୀଡ଼ିତ ଅଛନ୍ତି । ପୂର୍ବରୁ ସେ ଭାରତୀୟ ବାୟୁସେନାରେ କାର୍ଯ୍ୟରତ ଥିଲେ । ହେଲେ ରୋଗରେ ପୀଡ଼ିତ ହେବା ପରେ ସେ ବିଛଣାରେ ଶୋଇ ରହିଛନ୍ତି। ତେବେ ବାପାଙ୍କ ଏଭଳି ଅବସ୍ଥାରେ ଭାଙ୍ଗି ନପଡି ବିନା କୋଚିଙ୍ଗରେ ମୋନାଲିସା ଏତେବଡ଼ ସଫଳତା ହାସଲ କରିବାରେ ସକ୍ଷମ ହୋଇଛନ୍ତି । ମୋନାଲିସାଙ୍କ କହିବା ଅନୁସାରେ, ମୋନାଲିସା ଘର କାମ, ବାପାଙ୍କ ଯତ୍ନ ନେବା ସହ ୟୁଟ୍ୟୁବରୁ ଅନଲାଇନରେ ପାଠ ପଢୁଥିଲେ। ଲାଇବ୍ରେରିରେ ଅଧିକ ସମୟ ବିତାଉଥିଲେ । ଯାହା ତାଙ୍କୁ ଏହି ସଫଳତା ଆଣିଦେଇଛି । ଝିଅର ଏହି ସଫଳତାରେ ପରିବାରରେ ଖୁସିର ମହୋଲ ସୃଷ୍ଟି ହୋଇଛି ।  

ମୋନାଲିସାଙ୍କ ଏହି ସଫଳତାରେ ତାଙ୍କ ମାଆ ରେଣୁବାଳା ସାହୁଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ସ୍ବାମୀ ପକ୍ଷାଘାତର ଶିକାର ହେଲେ ସେତେବେଳେ ମୋନାଲିସା ୩ ବର୍ଷର ହୋଇଥିଲେ । ତେଣୁ ଝିଅର ଲାଳନପାଳନ, ପାଠପଢ଼ା ଦାୟିତ୍ବ ସହ, ସ୍ବାମୀଙ୍କ ସେବା କରିବା ମୋନାଲିସାଙ୍କ ମାଙ୍କ ଉପରେ ପଡିଥିଲା। ହେଲେ, ମୋନାଲିସାଙ୍କ ସଫଳତା ସବୁ କଷ୍ଟର ମୂଲ୍ୟ ଦେଇଛି ବୋଲି କହିଛନ୍ତି ତାଙ୍କ ମା। 

ତେବେ ମୋନାଲିସା ଏବେ ଭାରତୀୟ ପ୍ରଶାସନିକ ସେବା ଭଳି ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରୁଛନ୍ତି । ଏବଂ ଆହୁରି ଆଗକୁ ଯିବାକୁ ଲକ୍ଷ୍ୟ ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe