କନକ ବ୍ୟୁରୋ: ୯ ମାସ ତଳେ ବୋଇଂର ବିଫଳ ପରୀକ୍ଷଣ ଉଡ଼ାଣରୁ ଆରମ୍ଭ ହୋଇଥିବା ଏକ ଅପ୍ରତ୍ୟାଶିତ ଲମ୍ବା ଅଭିଯାନ ଶେଷ କରି ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ମଙ୍ଗଳବାର ସ୍ପେସ୍ଏକ୍ସ କ୍ୟାପସୁଲରେ ପୃଥିବୀକୁ ଫେରୁଛନ୍ତି । ତାଙ୍କ ସହ ନାସାର ମହାକାଶଚାରୀ ନିକ୍ ହେଗ୍ ଓ ରୁଷ୍‌ର ମହାକାଶଚାରୀ ଆଲେକ୍‌ଜାଣ୍ଡର ଗୋର୍ବୁନୋଭ ମଧ୍ୟ ଫେରୁଛନ୍ତି । ହେଗ୍ ଓ ଗୋର୍ବୁନୋଭ ସେପ୍ଟେମ୍ବରରେ କ୍ରୁ ଡ୍ରାଗନ୍ କ୍ରାଫ୍ଟରେ ଆଇଏସ୍ଏସ୍‌କୁ ଉଡ଼ାଣ ଭରିଥିଲେ । ହେଲେ ନିର୍ଦ୍ଧାରିତ ସମୟରେ ଫେରିପାରିନଥିଲେ। ଅନେକ ଦିନର ପରୀକ୍ଷଣ ଓ ଚେଷ୍ଟା ପରେ  ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଆସିଛନ୍ତି ସୁନୀତା ଓ ସାଥୀ। ଆଟଲାଣ୍ଟିକ୍ ଓସେନରେ ଲ୍ୟାଣ୍ଡ କରିଛି ତାଙ୍କ ନେଇ ଫେରିଥିବା ସ୍ପେସ୍ ଏକ୍ସ । ଆଉ ଏହାର ଭିଡିଓ ସାରା ବିଶ୍ବକୁ ଖୁସି କରିଛି। 

Advertisment

ଜୁନ୍ ୫ରେ ବୋଇଂର ନୂଆ ଷ୍ଟାର୍‌ଲାଇନରକ୍ରୁ କ୍ୟାପସୁଲରେ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲା
ମହାକାଶ ଯାନ ମାତ୍ର ଏକ ସପ୍ତାହ ପରେ ସେମାନେ ଫେରିବାର ଥିଲା
କିନ୍ତୁ ଷ୍ଟାର୍‌ଲାଇନର୍‌ରେ ବୈଷୟିକ ତ୍ରୁଟି ଦେଖା ଦେଇଥିଲା
ପରୀକ୍ଷଣ ପାଇଲଟମାନଙ୍କୁ ସ୍ପେସ୍ ଏକ୍ସକୁ ସ୍ଥାନାନ୍ତର କରିଥିଲା
ଏହାପରେ ସ୍ପେସ୍ ଏକ୍ସ କ୍ୟାପସୁଲ ସମସ୍ୟା ଆଉ ଏକ ମାସ ବିଳମ୍ବ ଯୋଡ଼ିଥିଲା
ଆଇଏସ୍‌ଏସ୍‌ରେ ଷ୍ଟାର୍‌ଲାଇନର୍ କ୍ୟାପସୁଲ ଥ୍ରଷ୍ଟର ତ୍ରୁଟିର ସମ୍ମୁଖୀନ ହୋଇଥିଲା
ପରବର୍ତ୍ତୀ ଅନୁସନ୍ଧାନରୁ ଜଣାପଡିଥିଲା ଯେ ଥ୍ରଷ୍ଟରରେ ତ୍ରୁଟିଯୁକ୍ତ ଟେଫଲନ୍ ସିଲ୍ ରହିଛି
ଯାହା ଫଳରେ ନାସା ମହାକାଶଯାନ ପ୍ରତ୍ୟାବର୍ତ୍ତନ ପାଇଁ ଅସୁରକ୍ଷିତ ମନେ କରିଥିଲା
ଫଳରେ ସ୍ପେସ୍ଏକ୍ସର କ୍ରୁ-୧୦ ଅଭିଯାନ ଆରମ୍ଭ କରିବାରେ ବିଳମ୍ବ ହୋଇଥିଲା
ଏହି ଅଭିଯାନକୁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୪, ୨୦୨୫ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଥିଲା।
ଶେଷରେ ମାର୍ଚ୍ଚ ୧୮ରେ ଫେରିଛନ୍ତି ସୁନିତା ଓ ତାଙ୍କ ସହଯୋଗୀ