ନୃତ୍ୟଗୁରୁଙ୍କ ନାଁରେ ନୃତ୍ୟଶିଳ୍ପୀଙ୍କ ସାଂଘାତିକ ଅଭିଯୋଗ । ସୋସିଆଲ ମିଡିଆରେ ଲେଖିଲେ ଅକୁହା କଥା  ।

ସମ୍ବଲପୁର କଳା ପରିଷଦର ନୃତ୍ୟ ଗୁରୁଙ୍କ ନାଁରେ ସାଂଘାତିକ ଅଭିଯୋଗ । ନିଶାରେ ଚୁର୍ ହୋଇ କିଭଳି ଅସଦାଚରଣ କରିଥିଲେ ନୃତ୍ୟଗୁରୁ, ସେନେଇ ପୀଡ଼ିତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

28୍ି୍ି୍

କନକ ବ୍ୟୁରୋ: ନୃତ୍ୟୁଗୁରୁଙ୍କ ନାଁରେ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆଣି ସୋସିଆଲ ମିଡିଆରେ  ଲମ୍ବା ଲମ୍ବା ପୋଷ୍ଟ କରିଛନ୍ତି ପୀଡିତା । ଇଏ ହେଉଛି ସେହି ସୋସିଆଲ ପୋଷ୍ଟ ଯେଉଁଥିରେ ଅନେକ ଅକୁହା କଥା ଲେଖିଛନ୍ତି ପୀଡିତା ।  ସମ୍ବଲପୁରରେ ଥିବା ଏକ  ପୁରାତନ ସାଂସ୍କୃତିକ ନୃତ୍ୟ ଅନୁଷ୍ଠାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସଂପୃକ୍ତ ନୃତ୍ୟଶିଳ୍ପୀ ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନରେ ଡ୍ୟାନ୍ସର ଭାବେ କାମ କରିଆସୁଥିଲେ । ନୂଆଖାଇ କାର୍ଯ୍ୟକ୍ରମ ପାଇଁ ନୃତ୍ୟୁଗୁରୁ ସୂର୍ଯ୍ୟ ଗୁରୁ ଏକ ଟିମ ନେଇ ବେଙ୍ଗାଲୁରୁ ଯାଇଥିଲେ । ସେପ୍ଟେମ୍ବର ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ଥିଲା । ଆଉ ସେହିଦିନ ରାତିରେ ନୃତ୍ୟୁଗୁରୁ ନିଶାରେ  ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ନୃତ୍ୟଶିଳ୍ପୀ । 
 

  • କାର୍ଯ୍ୟକ୍ରମ ସରିବା ପରେ ସମସ୍ତ ନୃତ୍ୟଶିଳ୍ପୀ ନିଜ ନିଜ ରୁମକୁ ଯାଇଥିଲେ
  • ନୃତ୍ୟଗୁରୁ ନିଶାରେ ପୀଡିତାଙ୍କ ରୁମକୁ ଆସିଥିଲେ
  • ଅସଦାଚରଣ ଉଦ୍ୟମ ବେଳେ ପୀଡିତା ପ୍ରତିବାଦ କରିଥିଲେ
  • ପ୍ରତିବାଦ ପରେ ନୃତ୍ୟଗୁରୁ ଫେରିଯାଇଥିଲେ


ସେପଟେ ଏଭିଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ନୃତ୍ୟଗୁରୁ । ଅଭିଯୋଗକୁ ଖଣ୍ଡନ କରିବା ସହ  ଯେକୌଣସି ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସୂର୍ଯ୍ୟଗୁରୁ ।  ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ନେଇ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ।  ମାସେ ପରେ କାହିଁକି ପୀଡିତା ଏଭଳି ଅଭିଯୋଗ ଆଣିଲେ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe