କନକ ବ୍ୟୁରୋ: ନୃତ୍ୟୁଗୁରୁଙ୍କ ନାଁରେ ଅସଦାଚରଣ ଭଳି ସଙ୍ଗୀନ ଅଭିଯୋଗ ଆଣି ସୋସିଆଲ ମିଡିଆରେ ଲମ୍ବା ଲମ୍ବା ପୋଷ୍ଟ କରିଛନ୍ତି ପୀଡିତା । ଇଏ ହେଉଛି ସେହି ସୋସିଆଲ ପୋଷ୍ଟ ଯେଉଁଥିରେ ଅନେକ ଅକୁହା କଥା ଲେଖିଛନ୍ତି ପୀଡିତା । ସମ୍ବଲପୁରରେ ଥିବା ଏକ ପୁରାତନ ସାଂସ୍କୃତିକ ନୃତ୍ୟ ଅନୁଷ୍ଠାନରେ ଏଭଳି ଘଟଣା ସାମ୍ନାକୁ ଆସିଛି । ସଂପୃକ୍ତ ନୃତ୍ୟଶିଳ୍ପୀ ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନରେ ଡ୍ୟାନ୍ସର ଭାବେ କାମ କରିଆସୁଥିଲେ । ନୂଆଖାଇ କାର୍ଯ୍ୟକ୍ରମ ପାଇଁ ନୃତ୍ୟୁଗୁରୁ ସୂର୍ଯ୍ୟ ଗୁରୁ ଏକ ଟିମ ନେଇ ବେଙ୍ଗାଲୁରୁ ଯାଇଥିଲେ । ସେପ୍ଟେମ୍ବର ୨୨ ତାରିଖରେ ଏହି କାର୍ଯ୍ୟକ୍ରମ ଥିଲା । ଆଉ ସେହିଦିନ ରାତିରେ ନୃତ୍ୟୁଗୁରୁ ନିଶାରେ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ନୃତ୍ୟଶିଳ୍ପୀ ।
- କାର୍ଯ୍ୟକ୍ରମ ସରିବା ପରେ ସମସ୍ତ ନୃତ୍ୟଶିଳ୍ପୀ ନିଜ ନିଜ ରୁମକୁ ଯାଇଥିଲେ
- ନୃତ୍ୟଗୁରୁ ନିଶାରେ ପୀଡିତାଙ୍କ ରୁମକୁ ଆସିଥିଲେ
- ଅସଦାଚରଣ ଉଦ୍ୟମ ବେଳେ ପୀଡିତା ପ୍ରତିବାଦ କରିଥିଲେ
- ପ୍ରତିବାଦ ପରେ ନୃତ୍ୟଗୁରୁ ଫେରିଯାଇଥିଲେ
ସେପଟେ ଏଭିଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ନୃତ୍ୟଗୁରୁ । ଅଭିଯୋଗକୁ ଖଣ୍ଡନ କରିବା ସହ ଯେକୌଣସି ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସୂର୍ଯ୍ୟଗୁରୁ । ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ନେଇ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ମାସେ ପରେ କାହିଁକି ପୀଡିତା ଏଭଳି ଅଭିଯୋଗ ଆଣିଲେ ତାକୁ ନେଇ ବି ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/10/27/4ww8T2CQLql9L5sTO21r.jpg)