କନକ ବ୍ୟୁରୋ:  ମୁଖିଆ ବଦଳିଲେ, ପ୍ରଶାସନର ନବକଳେବର ହେଲା । ଏବେ ସରକାରଙ୍କ ପାଳି। ହଁ ଆମେ ରାଜ୍ୟ ବିଜେପି ଓ ସରକାରଙ୍କ ବିଷୟରେ ହିଁ କହୁଛୁ । ମନ୍ତ୍ରିମଣ୍ଡଳ ଅଦଳବଦଳ ହଁ ନା ଭିତରେ ଏବେ ଚର୍ଚ୍ଚାକୁ ଆସିଲାଣି ଯେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଯିବେ । ଏହାସହ ଫାଙ୍କା ପଡିଥିବା ମନ୍ତ୍ରିମଣ୍ଡଳରେ ଅଦଳବଦଳ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢିଥିବା ଚର୍ଚ୍ଚା ।

Advertisment

 ପ୍ରଶାସନରେ ଅଦଳବଦଳ ପରେ ସଙ୍ଗଠନର ନବକଳେବର ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ସରିଛି । ସମାନ ଢଙ୍ଗରେ ସରକାରରେ ମଧ୍ୟ ବଦଳି ଛୁଙ୍କ ମାରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ସଭାପତି ଓ ମୋହନଙ୍କ ସହଯୋଗୀ ଏନେଇ ସଂକେତ ଦେବା ପରେ ପାୱାର କରିଡରରେ ହଲଚଲ । ଯେକୌଣସି ମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ଦେଖିପାରେ ରାଜ୍ୟ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବେ । ଏହି ସମୟରେ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ପ୍ରସ୍ତୁତ ହେବା ନେଇ ଚର୍ଚ୍ଚା ଜୋର ଧରିଛି । 

ନୂ୍ଆ ମନ୍ତ୍ରିମଣ୍ଡଳ ଚର୍ଚ୍ଚା ଭିତରେ ମୋହନଙ୍କ ଅନେକ ମନ୍ତ୍ରୀଙ୍କ ଛାତିରେ ଛନକା ପଶିଛି । ବର୍ଷେ ଭିତରେ ବିବାଦୀୟ ହୋଇଥିବା ବିଭାଗର ଅନେକ ମନ୍ତ୍ରୀ ନିଜ ପଦ ବଞ୍ଚାଇବାକୁ ଏବେ ଛବି ସଜାଡିବାକୁ ଭରପୁର ଉଦ୍ୟମ କରୁଛନ୍ତି । ଅନ୍ୟପଟେ ମୋହନଙ୍କ ଟିମରେ ସାମିଲ ହେବାକୁ କିଛି ଆଶାୟୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।  ନିଜ ଟିମ ସହଯୋଗୀଙ୍କ ବର୍ଷକର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । କିଏ ସରକାରଙ୍କୁ ଅଳକରେ ପକାଇଛି, କିଏ ଲୋକଙ୍କ ସହ ସରକାରଙ୍କୁ ଯୋଡିଛି? ଏସବୁ ବାଦ୍ ଯୋଗ୍ୟତା, ଦକ୍ଷତା ଓ ଅଭିଜ୍ଞତାକୁ ଦୃଷ୍ଟିରେ ୬ ଖାଲି ପଡିଥିବା ପଦ ସହ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣାଙ୍ଗ ରୂପ ଦେବେ ମୋହନ ।