ମୁମ୍ବାଇରେ ମୋହନଙ୍କ ମେଗା ସୋ: ଓଡ଼ିଶାକୁ ଆସିବ କୋଟି କୋଟି ଟଙ୍କାର ନିବେଶ

Advertisment

ଦିଲ୍ଲୀ ପରେ ମୁମ୍ବାଇରେ ଇନଭେଷ୍ଟର୍ସ ସମ୍ମିଳନୀ । ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ସହ ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶା ନିବେଶ ପାଇଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ମୋହନ ମାଝି ।

ଦିଲ୍ଲୀ ପରେ ମୁମ୍ବାଇରେ ଇନଭେଷ୍ଟର୍ସ ସମ୍ମିଳନୀ । ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ସହ ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶା ନିବେଶ ପାଇଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ମୋହନ ମାଝି ।

wdw

କନକ ବ୍ୟୁରୋ: ଦିଲ୍ଲୀ ପରେ ମୁମ୍ବାଇରେ ଇନଭେଷ୍ଟର୍ସ ସମ୍ମିଳନୀ । ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ରୋଡ ସୋ କରିବା ସହ ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶା ନିବେଶ ପାଇଁ ପ୍ରକୃଷ୍ଟ ସମୟ ବୋଲି କହିଛନ୍ତି ମୋହନ ମାଝି ।

 ଉତ୍କର୍ଷ ଓଡିଶା କନକ୍ଲେଭ ଆୟୋଜନ ପୂର୍ବରୁ ମୁମ୍ୱାଇରେ ମେଗା ରୋଡ ଶୋ କରି ପୁଞ୍ଜିପତିଙ୍କୁ ଓଡିଶା ଆସିବାକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍। ମୁମ୍ବାଇର ବଡ ବଡ ଶିଳ୍ପ ହସ୍ତୀଙ୍କ ସହ ୱାନ-ଟୁ-ୱାନ୍ ଆଲୋଚନା କରି ଓଡ଼ିଶାରେ ନିବେଶ ପାଇଁ ଅନୁକୂଳ ବାତାବରଣ ଥିବା କହିଛନ୍ତି ମୋହନ ମାଝୀ। ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ବିର୍ଲା ଗ୍ରୁପର ଅଧ୍ୟକ୍ଷ ମଙ୍ଗଲମ୍ ବିର୍ଲାଙ୍କୁ ଭେଟିବା ପରେ ଓଡ଼ିଶାରେ ନିବେଶ ପାଇଁ ସବୁଜ ସଂକେତ ମିଳିଛି। 

ଶିଳ୍ପର ହବ୍ ହେବ ଓଡ଼ିଶା 
-    ଇଭି, ଲିଥିୟମ ଆୟନ ବ୍ୟାଟେରୀ ଓ ଇସ୍ପାତ ପ୍ରକଳ୍ପ ପାଇଁ ସହଯୋଗ କରିବ ଜେଏସଡବ୍ଲ୍ୟୁ
-    ବେଦାନ୍ତ ଗ୍ରୁପ୍ ପକ୍ଷରୁ ଏକ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି
-    ଆଇଟି, କେମିକାଲ, ପେଟ୍ରୋ କେମିକାଲ, ମାନ୍ୟୁଫାକଚରିଂ, ଖାଦ୍ୟ ପ୍ରକ୍ରିୟାକରଣ, ରିନ୍ୟୁଏବେଲ ଏନର୍ଜି କ୍ଷେତ୍ରରେ ହେବ ପୁଞ୍ଜିନିବେଶ

ପୁଞ୍ଜି ଗୋଟାଇବା ଓଡ଼ିଶା ପାଇଁ ନୂଆ ନୁହେଁ। ମେକ ଇନ୍ ଓଡ଼ିଶା କନକ୍ଲେଭ ନାଁରେ ପୂର୍ବ ସରକାର ବିଶ୍ୱସ୍ତରରେ ବିଭିନ୍ନ ଦେଶ ବୁଲି ପୁଞ୍ଜି ଆଣି ଓଡ଼ିଶାକୁ ନିବେଶର ନୂଆ ହବ୍ କରିବାକୁ ସୁନେଲୀ ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ବାସ୍ତବ ଚିତ୍ର ହେଲା, ନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିବା ଅନେକ ନିବେଶକ ଓଡ଼ିଶା ଆସିବା ଆଗରୁ ହିଁ ମୁହଁ ଫେରାଇ ନେଇଛନ୍ତି। ଦୀର୍ଘ ବର୍ଷ ପରେ ବି ଓଡ଼ିଶାରେ ଶିଳ୍ପକ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ରହିଛି। ଯାହାକୁ ପୂରା କରିବାକୁ ପୁଣିଥରେ ନିବେଶକଙ୍କ ମନ ଜିଣିବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ନୂଆ ସରକାର।

ଆସନ୍ତାବର୍ଷ ଜାନୁଆରୀ ୨୮ ଓ ୨୯ରେ ରାଜ୍ୟରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଆୟୋଜନ ହେବାକୁ ଯାଉଛି। ଏହି କନକ୍ଲେଭକୁ ସଫଳ କରିବା ସହ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe