କନକ ବ୍ୟୁରୋ : ମଠ ମନ୍ଦିରର ବିକାଶକୁ ଜୋରଦାର କରିଛନ୍ତି ମୋହନ ସରକାର । ଏଥିପାଇଁ ଆବଶ୍ୟକୀୟ ବଜେଟ୍ ସହ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଗାଁ ମା’ ତାରିଣୀ ପୀଠ, ଯାଜପୁରର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋହନ ।
ଘଟଗାଁ ମା’ ତାରିଣୀ ପୀଠ :
୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ ଚାଲିଛି ବିକାଶ କାର୍ଯ୍ୟ
ଅଢ଼େଇ ବର୍ଷରେ ସୌନ୍ଦର୍ଯ୍ୟୀକରଣ କାମ ସାରିବାକୁ ଲକ୍ଷ୍ୟ
୨୦୦ ଶଯ୍ୟାର ଯାତ୍ରୀ ନିବାସ, ୩୦୦ ସିଟ୍ର ବ୍ୟାଖ୍ୟାନ କେନ୍ଦ୍ର, ନଡ଼ିଆ ଗୋଦାମ, ୫୦୦ ସିଟ୍ର ପ୍ରସାଦ ସେବନ ଗୃହ ରହିବ
ଯାଜପୁରର ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ :
୪ଟି ପର୍ଯ୍ୟାୟରେ ଚାଲିଛି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ
ମନ୍ଦିରର ସୌନ୍ଦର୍ଯ୍ୟୀକରଣ, ମନ୍ଦିର ଚତୁଃପାର୍ଶ୍ବର ବିକାଶ, ବିରଜା ହାଟ ସ୍ଥାପନ
ବ୍ରହ୍ମକୁଣ୍ଡ ଓ ହାତୀ ପୋଖରୀର ପୁନରୁଦ୍ଧାର, ଧର୍ମଶାଳା ନିର୍ମାଣ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ
ଏକାମ୍ର ପ୍ରକଳ୍ପର ବିକାଶକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ମୋହନ ମାଝୀ । ପ୍ରତ୍ନତତ୍ତ୍ବ ବିଭାଗ ସହ ଆଲୋଚନା କରି ଲିଙ୍ଗରାଜ ମନ୍ଦିର ଚାରିପାଖରେ ଥିବା ଛୋଟବଡ଼ ମନ୍ଦିରର ଉନ୍ନତୀକରଣ ପାଇଁ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏକାମ୍ର କ୍ଷେତ୍ରରେ ଦେଖାଦେଉଥିବା ଟ୍ରାଫିକ ସମସ୍ୟା ଦୂର କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/23/mohan-matha-2025-07-23-19-45-25.jpg)