କନକ ବ୍ୟୁରୋ : କ୍ୟାବିନେଟ ବୈଠକରେ ଶିକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ । ୫ଟି ଜରିଆରେ ହୋଇଥିବା ସ୍ମାର୍ଟ ସ୍କୁଲକୁ ନେଇ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୌଣସି ଡିପିଆର ନଥାଇ ୫ଟି ନାଁରେ ସ୍କୁଲ ରୂପାନ୍ତରିକରଣକୁ ତାତ୍ସଲ୍ୟ କରିଛନ୍ତି । ଭିତ୍ତିଭୂମି ନଥାଇ, ଶିକ୍ଷକ ନଥାଇ ସ୍କୁଲକୁ ସ୍ମାର୍ଟ ସ୍କୁଲଏର ନାଁ ଦିଆଯାଇଥିଲା । ପିଲା ହରଣ ଗୁଣନ ଜାଣି ନଥିବା ବେଳେ ସ୍ମାର୍ଟ ସ୍କୁଲରେ କିପଳି ପାଠ ପଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ।
କେବଳ ପୁରୁଣା କାନ୍ଥରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି କ୍ୟାବିନେଟ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଦର୍ଶ ବିଦ୍ୟାଳୟ ମାଧ୍ୟମରେ ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ । ପ୍ରତି ପଞ୍ଚାୟତରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ୬ ହଜାର ୭୯୪ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ହେବ । ପ୍ରତି ସ୍କୁଲ ପିଛା ଖର୍ଚ୍ଚ ହେବ ୪ରୁ ୫ କୋଟି ଟଙ୍କା । ଏଥିପାଇଁ ମୋଟ ବଜେଟ ରହିଛି ୧୨ ହଜାର କୋଟି । ୪ ବର୍ଷ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।