କନକ ବ୍ୟୁରୋ : ଦିଲ୍ଲୀରୁ ଫେରି ପୁଣି ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ପୂର୍ବ ସରକାର ହୀନ ମାନସିକତା କାରଣରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରୁନଥିଲେ । ବିଜେପି ସରକାର ଏହାକୁ ଲାଗୁ କଲେ । ଦେଶର ବିଭିନ୍ନ ସ୍ଥାନରେ ୩୦ ହଜାର ହସ୍ପିଟାଲରେ ଲୋକେ ଚିକିତ୍ସା ପାଇପାରିବେ। ବୟସ୍କମାନଙ୍କୁ ମଧ୍ୟ ଏହାର ସୁବିଧା ମିଳିବ ।
ଆୟୁଷ୍ମାନ ମନ୍ଦିର ପ୍ରତି ପଞ୍ଚାୟତରେ ଲାଗୁ ହେବ। ସେଠି ଯୋଗ ଶିକ୍ଷକ, ସ୍ବାସ୍ଥ୍ୟ କର୍ମୀ ରହିବେ। ମିଶା ବନ୍ଦୀଙ୍କୁ ମିଳିବ ସମ୍ମାନ । ସେମାନେ ପେନସନ ପାଇବାକୁ ମଞ୍ଜୁର ହେଇଚି। ପ୍ରତି ମାସ ୨୦ ହଜାର ଟଙ୍କା ମିଳିବ। ସ୍ବାସ୍ଥ୍ୟ ସେବା ସୁଯୋଗ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ଏସବୁ ଖୁବ୍ ଶୀଘ୍ର ଲାଗୁ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆୟୁଷ୍ମାନ ଭାରତ ଏମ୍ଓୟୁ ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିଥିବାରୁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଓ ଶୁଭେଛା ଜଣାଇବା ପାଇଁ ସାଧାରଣ ଲୋକଙ୍କ ଭିଡ ଜମିଥିଲା । ବରିଷ୍ଠ ବିଜେଡି ନେତା ମଧ୍ୟ ଉପସ୍ଥିତ ଥିଲେ ।