ମୋହନ ସରକାରଙ୍କୁ ବିଜେଡିର ଟାର୍ଗେଟ୍ । ଆଳୁ ପ୍ରସଙ୍ଗରେ ଅରୁଣ କଲେ ସମାଲୋଚନା ।

ଆଳୁ ପାଇଁ ବିଜେପିକୁ ବିଜେଡିର ଟାର୍ଗେଟ୍

ଅଦ୍ୟତନ ହୋଇଛି
bjd v bjp

କନକ ବ୍ୟୁରୋ: ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି । ସରକାର ଆସିବାର ଭିତରେ ତିନିମାସ ଭିତରେ ସେମାନେ ଏତିକି ସମ୍ଭାଳି ପାରିଲେ ନାହିଁ । ଆଗକୁ କଣ କରିବେ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି? ମୋର ପ୍ରଶ୍ନ ଯଦି ସେମାନେ ପାଞ୍ଚ ବର୍ଷ ଭିତରେ ଆଳୁ ଉତ୍ପାଦନ ବାହାର ରାଜ୍ୟରୁ ଗୋଟିଏ ଟ୍ରିପ ନ ଆଣିବେ ତାହେଲେ ଆମେ ଜାଣିବୁ ତୁମେ ଓଡ଼ିଆ ଅସ୍ମିତା ଧାରକ ଓ ବାହାକ। ପାଞ୍ଚ ବର୍ଷ ଧର୍ଯ୍ୟର ସହ ଅପେକ୍ଷା କରିବୁ ଯଦି ତୁମ ସରକାର ପାଞ୍ଚ ବର୍ଷ ଚାଲେ?

ଗତ ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଚାଉଳ ଉତ୍ପାଦନରେ ବଳକା ରାଜ୍ୟରେ ପରିଣତ କରିଥିଲେ । ଖାଦ୍ୟଶସ୍ୟ ଯେତେବେଳେ ୫୦ ଲକ୍ଷ ମେଟ୍ରିକଟନ ଉତ୍ପାଦନ ହେଉଥିଲା । ତାକୁ ୧୫୦ ଶହ ମେଟ୍ରିକଟନ ପହଞ୍ଚାଇଥିଲେ । ବହୁତ କ୍ଷେତ୍ରରେ ଆଗକୁ ଯାଇଚି ରାଜ୍ୟ । ଆଳୁ ଯେଉଁଠି ଅଧିକ ଉତ୍ପାଦନ ହେଉଛି । ସେଠୁ ଆସି ରାଜ୍ୟରେ କେମିତି ବିକ୍ରିବଟା ହେବ ସେ ଦିଗରେ ପଦକ୍ଷେପ ନିଅନ୍ତୁ । ଓଡ଼ିଶାରେ ଆଳୁ ଯେତିକି ଉତ୍ପାଦନ ହେଉଛି । ତାହା ବର୍ଷକୁ ପାଖାପାଖି ୭ - ୮ ମାସ ଚାଲିବା ପାଇ ଯଥେଷ୍ଟ । ଏଇ ଚାରି ପାଞ୍ଚ ମାସ ବାହାର ରାଜ୍ୟ ଆମଦାନୀ ହୁଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe