କନକ ବ୍ୟୁରୋ: ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବରରୁ ବାହାରି କେନ୍ଦୁଝରରେ ପହଞ୍ଚିଛନ୍ତି । ପ୍ରଥମେ ସର୍କିଟ୍ ହାଉସ୍ରେ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯିବେ । ସେଠାରେ ଜିରୋ ଆକ୍ସିଡେଣ୍ଟ ଡେ’ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ।
ଏହାପରେ ସେଠାରେ ଡିଏମ୍ଏଫ୍ ମିଟିଂରେ ଯୋଗଦେବେ । ବୈଠକ ଶେଷ ହେବା ପରେ ଅପରାହ୍ନରେ କେନ୍ଦୁଝର ହ୍ୟାଣ୍ଡବଲ୍ ଷ୍ଟାଡିୟମ୍ରେ ରାଜ୍ୟ ପୁଲିସ ହ୍ୟାଣ୍ଡବଲ୍ ଚାମ୍ପିଆନସିପ୍ କାର୍ଯ୍ୟକ୍ରମରେ ଯୋଗଦେବେ । ରାତିରେ ସର୍କିଟ୍ ହାଉସ୍ରେ ରାତ୍ରିଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/mohan-2025-09-13-14-08-15.jpg)