କନକ ବ୍ୟୁରୋ: ମୋହନ ମାଝି ଡାକିଲେ, ନବୀନ ପଟ୍ଟନାୟକ ଆସିଲେନି । ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀକୁ ଆସିଲେ ନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ଏହି ଉତ୍ସବକୁ ବୟକଟ କରିଛି । ଏମିତି କି ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ମଧ୍ୟ ଅନୁପସ୍ଥିତ ଅଛନ୍ତି । ପୂର୍ବରୁ ନିମନ୍ତ୍ରଣ ପତ୍ରରେ ଏମାନଙ୍କ ନାଁ ଥିବା ବେଳେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଅଛନ୍ତି । ପୁର୍ବରୁ ବିଧାନସଭାରେ ଆୟୋଜିତ ସଭାରେ ମଧ୍ୟ ବିରୋଧୀ ଦଳ ନେତା ଅନୁପସ୍ଥିତ ରହିଥିଲେ । ଜୟନ୍ତୀରେ ଯୋଗଦେଇ ନବୀନଙ୍କୁ ଚାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ମୁଖ୍ୟମନ୍ତ୍ରୀ କହିଛନ୍ତି ନିମନ୍ତ୍ରଣ କରିଥିଲୁ ନବୀନ ଆସିନଥିଲେ । କାର୍ଯ୍ୟକ୍ରମକୁ ନଆସି ପାପ କରିଛନ୍ତି । ଏହାକୁ ନେଇ ରାଜନୀତି କରିବା କଥା ନୁହେଁ । ମୂର୍ତ୍ତି ଭାଙ୍ଗିବାକୁ ନେଇ ରାଜନୀତି କରିବା ଠିକ ନଥିଲା । ଏକଥା କହିବାର ଆବଶ୍ୟକତା ନଥିଲା । ୩ ଜଣଙ୍କୁ ପୋଲିସ ଗିରଫ କରିଛି । ୨୪ ବର୍ଷ ସମୟ ନେଇଥିଲେ । ବିଜୁ ବାବୁଙ୍କ ଅଧୁରା ସ୍ବପ୍ନ ଗାଁ କୁ କାମ ମା'କୁ ସମ୍ମାନ, ମହିଳା ସଶକ୍ତିକରଣ କଥା କହିଥିଲେ । କିନ୍ତୁ ତାହା ରାଜନୀତିରେ ରହିଗଲା । ଆମେ ବାସ୍ତବିକତାକୁ ରୂପ ଦେଉଛୁ ।
ସେପଟେ ବିଜୁ ଜୟନ୍ତୀଙ୍କୁ ବିଜେଡିକୁ ପ୍ରଫୁଲ୍ଲ ଘଡ଼େଇଙ୍କ ତେରଛା ବାଣ ମାରିଛନ୍ତି । ନା ନନେଇ କଟାକ୍ଷ କରିଛନ୍ତି ବିଜେଡିର ଏହି ବରିଷ୍ଠ ନେତା । କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ସାମିଲ ହେବା ପାଇଁ ତାଲିକାରେ ଅନେକ ବ୍ୟକ୍ତିଙ୍କ ନାଁ ରହିଛି । ସେମାନେ ଆସିଥିଲେ ସଭାର ମର୍ୟ୍ୟାଦା ବଢ଼ିଥାନ୍ତା । କିନ୍ତୁ ବହୁତ ବ୍ୟକ୍ତି ଆସିଲେ ନାହିଁ। ସଭାକୁ ତାଙ୍କୁ କାହିଁକି ଡକାଗଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି । ସେପଟେ ନୂଆ ସରକାରଙ୍କ ପୁଞ୍ଜି ନିବେଶ ଉଦ୍ୟମକୁ ପ୍ରଂଶସା କରିଛନ୍ତି ପ୍ରଫୁଲ୍ଲ ଘଡେଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/06/Maw4x0psGwkdWvCkz4yD.jpg)