ନେତାଙ୍କ ବିଲ ବୁଲାକୁ ନେଇ ବୟାନବାଜି । ମଞ୍ଚରୁ ନବୀନଙ୍କୁ ମୋହନଙ୍କ କଟାକ୍ଷ । କହିଲେ, ଆଇଭୋରି ଟାୱାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି ବିରୋଧୀ ଦଳ ନେତା

Advertisment

ବିଲ ବୁଲାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସବୁ ଦଳର ନେତାଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ଯେଉଁଭଳି ନିଶାନା କରିଛନ୍ତି ତାହା ଶାସକ-ବିରୋଧିଙ୍କୁ ମୁହାଁମୁହିଁ କରିଛି।

ବିଲ ବୁଲାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସବୁ ଦଳର ନେତାଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ଯେଉଁଭଳି ନିଶାନା କରିଛନ୍ତି ତାହା ଶାସକ-ବିରୋଧିଙ୍କୁ ମୁହାଁମୁହିଁ କରିଛି।

ବିଲ ବୁଲାକୁ ନେଇ ବୟାନବାଜି

ବିଲ ବୁଲାକୁ ନେଇ ବୟାନବାଜି Photograph: (KanakNews )

କନକ ବ୍ୟୁରୋ: ବିଲ ବୁଲାକୁ ନେଇ ଆରମ୍ଭ ହୋଇଛି ବାକଯୁଦ୍ଧ। ଚାଷୀଙ୍କ ପ୍ରସଙ୍ଗ ଉଠାଇ ସବୁ ଦଳର ନେତାଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତାଙ୍କୁ ଖୋଦ ମୁଖ୍ୟମନ୍ତ୍ରୀ ଯେଉଁଭଳି ନିଶାନା କରିଛନ୍ତି ତାହା ଶାସକ-ବିରୋଧିଙ୍କୁ ମୁହାଁମୁହିଁ କରିଛି। ବର୍ଷ ଆରମ୍ଭରୁ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରି ନିଜ ସରକାରର ସଫଳତା କହିବାକୁ ଭୁଲିନାହାନ୍ତି ମୋହନ ମାଝୀ।

  •  ‘ଟାୱାରରୁ ବାହାରି ଧୂଳି ଖାଇଲେ’
  • ନବୀନଙ୍କୁ ତେରେଛା ବାଣ ମାରିଲେ ମୋହନ 

ଅଦିନିଆ ବର୍ଷାରେ ଚାଷୀଙ୍କ କ୍ଷୟକ୍ଷତିକୁ ନେଇ ରାଜନୀତି ତେଜିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରିଛନ୍ତି। ସଂଗ୍ରାମୀ ମଞ୍ଚରୁ ମୋହନ କହିଛନ୍ତି, ଆମ ସରକାର ନବୀନଙ୍କୁ ଆଇଭୋରି ଟାୱାରରୁ ବାହାର କରି ଧୂଳି ଖାଇବାକୁ ବାଧ୍ୟ କରିଛି। ବର୍ଷ ବର୍ଷ ଧରି ବିଲମୁଣ୍ଡ ଦେଖିନଥିବା ନବୀନ ଏବେ ମାରାଥନ ବିଲକୁ ଧାଉଁଛନ୍ତି। ଯେଉଁମାନେ ପୂର୍ବରୁ ଦାୟିତ୍ବରେ ଥିଲେ, ଲୋକ ସେମାନଙ୍କୁ ଭେଟିପାରୁନଥିଲେ। କିନ୍ତୁ ଏବେ ପରିସ୍ଥିତି ଏମିତି ଯେ, ସେମାନେ ଲୋକଙ୍କ ପାଖକୁ ଯିବାକୁ ହାଇଁପାଇଁ ହେଉଛନ୍ତି। ମୋହନଙ୍କ ଏହି ବୟାନ ବିରୋଧୀଙ୍କୁ ଭାରି ବିନ୍ଧିଛି।

ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷ ଭିତରେ ଚାଷୀଙ୍କ ପାଇଁ ଦରଦ ଦେଖାଇଛନ୍ତି ବିରୋଧୀ ଦଳ ନେତା। ଅଦିନିଆ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ନବୀନ ଚିଠି ଲେଖି କହିଛନ୍ତି, ସଠିକ ସମୟରେ ସୂଚନା ନ ମିଳିବାରୁ ଫସଲ କ୍ଷୟକ୍ଷତି ବ୍ୟାପକ ହୋଇଛି। ଚାଷୀ ଆତ୍ମହତ୍ୟା କଲେଣି। ତେଣୁ ସରକାର ସମୟ ଭିତରେ ଆର୍ଥିକ ସହାୟତା ଦିଅନ୍ତୁ। ଉଭୟ ଦଳର ଶୀର୍ଷ ନେତୃତ୍ବଙ୍କ ଆରୋପ ପ୍ରତ୍ୟାରୋପର ପର୍ବ ଶେଷ ହେବା ପରେ ଏବେ ଦୁଇ ଦଳ ମୁହାଁମୁହିଁ।  ବିଜେପି ସାଂସଦ ବଳଭଦ୍ର ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଥିବା ବେଳେ କେଉଁଠି ଥିଲା ନବୀନଙ୍କର ଏ ଦରଦ? ପୂର୍ବରୁ ମଣ୍ଡିରେ ଧାନ ସଢୁଥିଲା, ବିକ୍ରି ହୋଇପାରୁନଥିଲା। ଏବେ ସରକାର କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନବୀନ ବାବୁ କାହିଁକି ବ୍ୟସ୍ତ ହେଉଛନ୍ତି? ନବୀନଙ୍କ ଗସ୍ତ ସପକ୍ଷରେ ବାହାରି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ନବୀନଙ୍କ ଗସ୍ତରେ ଭିଡ ଦେଖି ବିଜେପି ଏବେ ଭୟଭୀତ। 

ସୂଚନାଯୋଗ୍ୟ ଯେ, ଚାଷୀଙ୍କ ଫସଲ କ୍ଷୟକ୍ଷତିକୁ ନେଇ ଶାସକ-ବିରୋଧୀଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ ଏ ରାଜନୈତିକ ବୟାନବାଜିରୁ ଚାଷୀର କ୍ଷୟକ୍ଷତି ଭରଣା ହୋଇପାରିବ କି? କାରଣ ଚାଷୀ ଏବେ ବି ବିଲମୁଣ୍ଡରେ ନିଜ ଉଜୁଡା ଚାଷ ସହ ସରକାରୀ ସହାୟତାକୁ ଚାହିଁ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe