ଜୁନ୍ ୧୨, ୨୦୨୪....ଆଜିର ଦିନରେ ଓଡ଼ିଶାରେ ବଦଳିଥିଲା ସରକାର ; ନବୀନ ହଟିଥିଲେ, ମୋହନ ଆସିଥିଲେ

Advertisment

ଜୁନ୍ ୪ରେ ଆସିଥିବା ଜନମତର ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା ଆଉ ତାର ଠିକ୍ ପରେ ପରେ ନବୀନ ବାହାରିଯାଇଥିଲେ ରାଜଭବନ । ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆଉ ନୂଆ ସରକାର ପାଇଁ ବାଟ ଛାଡ଼ିଥିଲେ । ଆଉ ତା ପରେ ଚର୍ଚ୍ଚା ଆରମ୍ଭ ହେଲା ଓଡ଼ିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ?

MOHAN SARKAR 1 YEAR

MOHAN SARKAR 1 YEAR Photograph: (KanakNews )

କନକ ବ୍ୟୁରୋ: ଜୁନ୍ ୧୨ ତାରିଖ ୨୦୨୪, ଏ ଦିନ ଏମିତି ଏକ ଦିନ, ଯେଉଁଦିନ ଓଡ଼ିଶାରେ ୨୪ ବର୍ଷ ପରେ ସତ୍ତାରେ ପରିବର୍ତ୍ତନ ହେଇଥିଲା ଆଉ ରାଜ୍ୟ ଦେଖିଥିଲା ନିଜର ନୂଆ ମୁଖ୍ୟମନ୍ତ୍ରୀଙ୍କୁ । ଗୋଟିଏ ପଟେ କ୍ଷମତାରୁ ଦୂରେଇ ଯାଉଥିଲେ ନବୀନ, ଆଉ ଅନ୍ୟପଟେ ନୂଆ ଆଶା, ନୂଆ ଭିଜନ୍ ଆଉ ନୂଆ ଓଡ଼ିଶା ଗଠନର ସ୍ୱପ୍ନ ନେଇ ଶପଥ ନେଉଥିଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । 

ଜୁନ୍ ୧୨ ତାରିଖରେ ଘଟିଥିବା ଏ ଶାସନର ପଟ୍ଟ ପରିବର୍ତ୍ତନର ଅସଲ କାହାଣୀ କିନ୍ତୁ ଲେଖାହେଇଥିଲା ଜୁନ୍ ୪ ତାରିଖରେ । ଜୁନ୍ ୪ରେ ଇଲେକ୍ସନର ରେଜଲ୍ଟ ଆସିଥିଲା ଆଉ ସମସ୍ତଙ୍କୁ ଚମକେଇ ଓଡ଼ିଶା ପଦ୍ମ ଫୁଟିଥିଲା । ଯାହାକି ଓଡ଼ିଶାକୁ ପ୍ରଥମ ଥର ଗେରୁଆ ରଙ୍ଗରେ ରଙ୍ଗୀନ କରିଦେଇଥିଲା । 

ସେଦିନ ରେଜଲ୍ଟ ଆସିଲା ବେଳେ ସବୁ ଆକଳନ ଭୁଲ୍ ହୋଇଥିଲା, ଯେଉଁ ଦଳକୁ ୨୦୦୮ରେ ଦିନେ ନବୀନ ନିଜଠୁ ଦୂରେଇ ଦେଇଥିଲେ, ଯାହାର ହାତ ଧରି ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ, ସମୟ ସହିତ ସେହି ଦଳ ହିଁ ତାଙ୍କୁ ୨୪ ବର୍ଷର କ୍ଷମତାରୁ ହଟାଇ ଦେଇଥିଲା । ୨୦୨୫ରେ ନବୀନଙ୍କ ବିଜେଡିକୁ ହରେଇ ଓଡ଼ିଶାରେ ଆରମ୍ଭ ହୋଇଥିଲା ବିଜେପି ସରକାର ।

ଜୁନ୍ ୪ରେ ଆସିଥିବା ଜନମତର ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା ଆଉ ତାର ଠିକ୍ ପରେ ପରେ ନବୀନ ବାହାରିଯାଇଥିଲେ ରାଜଭବନ । ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଆଉ ନୂଆ ସରକାର ପାଇଁ ବାଟ ଛାଡ଼ିଥିଲେ । ଆଉ ତା ପରେ ଚର୍ଚ୍ଚା ଆରମ୍ଭ ହେଲା ଓଡ଼ିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ?

ଅନେକ ନାଁ ଆସିଲା, ଅନେକ ଚର୍ଚ୍ଚା ବି ହେଲା...ଅନେକ ସମୀକରଣକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା । ଆଉ ତା’ରି ଭିତରେ ଜୁନ୍ ୧୧ ତାରିଖ ୨୦୨୪ରେ ଓଡ଼ିଶା ବିଜେପି ପାର୍ଟି ଅଫିସରେ ବସିଲା ବିଧାୟକମାନଙ୍କ ବୈଠକ । ଏହି ବୈଠକରେ ନାଁକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆ ହେଇଗଲା, ନବୀନଙ୍କ ପରେ ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଆଉ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ । ମୋହନଙ୍କ ସହିତ ସେ ଦିନ ଉପ-ମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ା ଆଉ କେଭି ସିଂ ଦେଓଙ୍କ ନାଁରେ ବି ମୋହର ବାଜିଲା । ଆଉ ତା'ର ଠିକ୍ ପରଦିନ ଜନତା ମୈଦାନରେ ଆୟୋଜିତ ହୋଇଥିଲା ଭବ୍ୟ ଶପଥ ଗ୍ରହଣ ସମାରୋହ । 

ଜୁନ୍ ୧୨, ୨୦୨୪ରୁ ଆଜି ଜୁନ୍ ୧୨, ୨୦୨୫ । ଏହା ଭିତରେ ମୋହନ ସରକାରକୁ ବର୍ଷେ ପୂରିଛି, ଆଉ ଓଡ଼ିଶାରେ ବିଜେପି ସରକାରକୁ ମଧ୍ୟ ଏକ ବର୍ଷ ପୂରଣ ହୋଇଛି । ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯାଇଛି, ଅନେକ ଯୋଜନା ବି ଲୋକଙ୍କୁ ଭେଟି ଦିଆଯାଇଛି । ହେଲେ ସବୁ ଭିତରେ, ଏବେ ବି ଅନେକ ସ୍ୱପ୍ନ ସତ ହେବା ଅପେକ୍ଷାରେ ଅଛି । ତେଣୁ ବାକି ୪ ବର୍ଷରେ ମୋହନ ସରକାର କେଉଁ କେଉଁ ପଦକ୍ଷେପ ନେଉଛନ୍ତି ତା ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe