କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବେ ମୋହନ ସରକାର । ମୋଟ ୧୯ଟି ମଠକୁ ପୁନଃର୍ବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ସ୍ଥାପିତ କରାଯିବ । ଏଥିପାଇଁ ପୁରୀ ସହରରେ ଏକ ଜାଗା ଚିହ୍ନଟ ହୋଇଛି । ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତମାନଙ୍କୁ ଦର୍ଶନ ଏବଂ ସେବା ପୂଜା ପାଇଁ ସୁବିଧା ହେବ । ଏହାକୁ ନେଇ ଦେବୋତ୍ତର କମିସନଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର । ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ଠିଆ ହୋଇଛି । ୮୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । କିନ୍ତୁ ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃର୍ବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏଥିପାଇଁ ବିଧିବଦ୍ଧ ଭାବରେ ଜାଗା ଚିହ୍ନଟ ହୋଇ ସାରିଛି । ଭକ୍ତମାନଙ୍କ ପୂଜାବିଧି ସୁବିଧାକୁ ଦୃଷ୍ଟିରେ ରଖି ମଠ ଓ ମନ୍ଦିର ନିର୍ମାଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/05/23/hChOtqhGlnKSkZFjcZhC.jpg)