କନକବ୍ୟୁରୋ: କର୍ମଜୀବୀ ମା'ମାନଙ୍କୁ ସହାୟତା କରିବା ଦିଗରେ ମୋହନ ମାଝୀଙ୍କ ନେତୃତ୍ବରେ ସରକାର ଏକ ନୀତି ପ୍ରଣୟନ କରିଛନ୍ତି। ଯେଉଁଥିରେ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟରେ ସ୍ତନ୍ୟପାନ କକ୍ଷ ପ୍ରତିଷ୍ଠା କରିବାକୁ କୁହାଯାଇଛି। ଏହି ପଦକ୍ଷେପ ଦ୍ବାରା କର୍ମଜୀବୀ ମା'ମାନଙ୍କ ପାଇଁ ସହାୟକ ହେବ। ଏହାଦ୍ବାରା ସଂପୃକ୍ତି ମହିଳା କର୍ମଜୀବୀଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଦାୟିତ୍ୱକୁ ସନ୍ତୁଳିତ କରିବ। ଏହି ନୀତି ମା'ମାନଙ୍କୁ ଶିଶୁଙ୍କ ଯତ୍ନ ନେବାରେ ଏକ ଅନୁକୂଳ ପରିବେଶ ପ୍ରଦାନ କରିବ।
ମହିଳାଙ୍କ ପାଇଁ ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି,ଉଭୟ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ତନ୍ୟପାନ କକ୍ଷ ତିଆରି କରିବାକୁ ଅପିଲ
Advertisment
Follow Us