ବିଜେପି ସରକାରଙ୍କ ୧୦୦ ଦିନର ହିସାବନିକାଶ: ମୋହନ ସରକାର ଜାରି କରିବେ ରିପୋର୍ଟ କାର୍ଡ

ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେଲା। ଆସନ୍ତାକାଲି ବିଜେପି ସରକାରର ଶହେ ଦିନ ପୂର୍ତ୍ତି ହେବ। ଏଥିପାଇଁ ପୁରୀରେ ଭବ୍ୟ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଦଳର ବରିଷ୍ଠ ନେତା ସାମିଲ ହେବେ।

ik8

କନକ ବ୍ୟୁରୋ: ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେଲା। ଆସନ୍ତାକାଲି ବିଜେପି ସରକାରର ଶହେ ଦିନ ପୂର୍ତ୍ତି ହେବ। ଏଥିପାଇଁ ପୁରୀରେ ଭବ୍ୟ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଦଳର ବରିଷ୍ଠ ନେତା ସାମିଲ ହେବେ। ଆଉ ଜନାତଙ୍କୁ ଶହେ ଦିନର ରିପୋର୍ଟ କାର୍ଡ ଦେବେ ସରକାର। ଏବେ ଆସନ୍ତୁ ଦେଖିବା ଶହେ ଦିନରେ ସରକାର କରିଥିବା କିଛି ପ୍ରମୁଖ କାର୍ଯ୍ୟ ।

ଶହେ ଦିନର ପ୍ରମୁଖ କାମ 
-ସୁଭଦ୍ରା ଯୋଜନାର ଶୁଭାରମ୍ଭ
-ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା
-ରତ୍ନଭଣ୍ଡାର ଖୋଲିବା
- ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ
-ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି
-୮୦ ବର୍ଷ ବୟସ୍କ ଓ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ଭତ୍ତା ବୃଦ୍ଧି
-ଧାନର ଏମଏସପି ବୃଦ୍ଧି
-ଡ୍ରପଆଉଟ ରୋକିବାକୁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା

ଶହେ ଦିନ ଭିତରେ ବିଜେପି ସରକାର ଅନେକ କାମ କରିଛନ୍ତି । ଆଉ ଏବେ ଅନେକ ବାକି ରହିଛି । ୧୬ ହଜାର ଶିକ୍ଷକ ପଦବୀ ପୂରଣ ହେବ । ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଗୁରୁତ୍ବ ଦିଆଯିବ । ଚିଟଫଣ୍ଡ ଭଳି ପ୍ରସଙ୍ଗର ଆଇନଗତ ଦିଗ ପ୍ରତି ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି  ରାଜ୍ୟ ବିଜେପି ସଭାପତି। ବିରୋଧୀ କିନ୍ତୁ ଚିରାଚରିତ ଢଙ୍ଗରେ ସରକାରଙ୍କୁ ସମାଲୋଚନା ଜାରି ରଖିଛନ୍ତି।

ଶହେ ଦିନରେ ସରକାର ଅନେକ କାମ କରିଥିବା ଦାବି କରୁଛନ୍ତି । ଆଗକୁ ଯୋଜନାଗୁଡିକୁ ଆହୁରି ଲୋକାଭିମୁଖୀ କରିବାକୁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe