ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ । ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ।

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ।

utkarsh odisha

କନକ ବ୍ୟୁରୋ: ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ। ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର। ନିବେଶକମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି। ଉତ୍କର୍ଷ ଓଡିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ, ବରଂ ଏହା ନିବେଶକ ମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ। ଲୋଗୋର ଉନ୍ନୋଚନ ଆଜି ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe