କନକ ବ୍ୟୁରୋ: ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚିତ। ଉତ୍କର୍ଷ ଓଡିଶା ନାଁରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଅଭ୍ୟୁଦୟ ହେବ। ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର। ନିବେଶକମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି। ଉତ୍କର୍ଷ ଓଡିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ, ବରଂ ଏହା ନିବେଶକ ମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ। ଲୋଗୋର ଉନ୍ନୋଚନ ଆଜି ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର ଠାରେ 'ଉତ୍କର୍ଷ ଓଡ଼ିଶା'- ମେକ ଇନ ଓଡ଼ିଶା କନକ୍ଲେଭ୍ ୨୦୨୫ର ଲୋଗୋ ଉନ୍ମୋଚନ ସମାରୋହରେ ଯୋଗଦେଇ ଲୋଗୋ ଉନ୍ମୋଚନ କଲି।
— Mohan Charan Majhi (@MohanMOdisha) September 27, 2024
ଓଡ଼ିଶାକୁ ନିବେଶର କେନ୍ଦ୍ରବିନ୍ଦୁ କରିବା ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆମ ସରକାର ପ୍ରାଥମିକତା ଦେଇଛନ୍ତି। ନୂତନ ସମ୍ଭାବନାକୁ ସଫଳତାର ରୂପ ଦେବାପାଇଁ ବଜେଟରେ ସ୍ୱତନ୍ତ୍ର… pic.twitter.com/ArHE5nZH2h