ବଦଳିବ ମନ୍ତ୍ରିମଣ୍ଡଳ... ନିଗମ, ବୋର୍ଡରେ ମଧ୍ୟ ହେବ ନିଯୁକ୍ତି  ; ବଢ଼ିଲା ଚର୍ଚ୍ଚା, କାହାକୁ ମିଳିବ ‘କ୍ଷମତା’ ମୁଆଁ?

Advertisment

ଚର୍ଚ୍ଚା ହେଉଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ ଆଉ  ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଧ୍ୟ ହୋଇପାରେ । ସୂଚନା ମୁତାବକ, ଜୁଲାଇ ୩ୟ ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଆଉ ଏନେଇ କ୍ଷମତା କରିଡରରେ ମଧ୍ୟ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେବା ସହିତ ନେତା ଆଉ ବିଧାୟକଙ୍କ ମଧ୍ୟ ଧାଁଧପଡ଼ ଆରମ୍ଭ ହୋଇଗଲାଣି ।

ଚର୍ଚ୍ଚା ହେଉଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ ଆଉ  ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଧ୍ୟ ହୋଇପାରେ । ସୂଚନା ମୁତାବକ, ଜୁଲାଇ ୩ୟ ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଆଉ ଏନେଇ କ୍ଷମତା କରିଡରରେ ମଧ୍ୟ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେବା ସହିତ ନେତା ଆଉ ବିଧାୟକଙ୍କ ମଧ୍ୟ ଧାଁଧପଡ଼ ଆରମ୍ଭ ହୋଇଗଲାଣି ।

KAHAKU MILIBA KHYAMATA

KAHAKU MILIBA KHYAMATA Photograph: (KANAK NEWS)

କନକ ବ୍ୟୁରୋ: ଜୁନ୍ ୧୨ ତାରିଖରେ ମୋହନ ମାଝୀଙ୍କ ଶପଥ ସହିତ ଓଡ଼ିଶାରେ ଆରମ୍ଭ ହୋଇଥିଲା ବିଜେପି ସରକାର । ଦୀର୍ଘ ୨୪ ବର୍ଷର ସରକାରକୁ ପଛକୁ ଠେଲି ସାମ୍ନାକୁ ଆସିଥିଲା ମୋହନଙ୍କ ମନ୍ତ୍ରିମଣ୍ଡଳ । ଆଉ ଏହା ଭିତରେ ମୋହନ ସରକାରକୁ ବର୍ଷେ ପୂରିସାରିଲାଣି, ହେଲେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ କିନ୍ତୁ ପୂର୍ଣ୍ଣଚ୍ଛେଦ ପଡ଼ିପାରିଲାନି । ଏବେ ବି ମନ୍ତିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବାବେଳେ, ନିଗମ, ବୋର୍ଡରେ ମଧ୍ୟ ନିଯୁକ୍ତି ହୋଇନି । ତେଣୁ ବିଜେପି ସଭାପତି ନିର୍ବାଚନ ପରେ ଏବେ ଚର୍ଚ୍ଚା ହେଉଛି ରାଜ୍ୟରେ କାହାକୁ କାହାକୁ ମିଳିବ କ୍ଷମତା ମୁଆଁ ?

ଚର୍ଚ୍ଚା ହେଉଛି, ଖୁବଶୀଘ୍ର ରାଜ୍ୟରେ ବଦଳିପାରେ ମନ୍ତ୍ରିମଣ୍ଡଳ ଆଉ  ମନ୍ତ୍ରିମଣ୍ଡଳ ଅଦଳବଦଳ ସହିତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମଧ୍ୟ ହୋଇପାରେ । ସୂଚନା ମୁତାବକ, ଜୁଲାଇ ୩ୟ ସପ୍ତାହରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରେ । ଆଉ ଏନେଇ କ୍ଷମତା କରିଡରରେ ମଧ୍ୟ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହେବା ସହିତ ନେତା ଆଉ ବିଧାୟକଙ୍କ ମଧ୍ୟ ଧାଁଧପଡ଼ ଆରମ୍ଭ ହୋଇଗଲାଣି । ହେଲେ ଏହାରି ଭିତରେ କିନ୍ତୁ ଲକ୍ଷେ ଟଙ୍କିଆ ପ୍ରଶ୍ନ ହେଉଛି, ମନ୍ତ୍ରିମଣ୍ଡଳ ଅଦଳବଦଳ ହେଲେ କାହାକୁ ନୂଆକରି ମିଳିବ ମନ୍ତ୍ରୀ ପଦ?

ଖାଲିପଡ଼ିଛି ୬ ମନ୍ତ୍ରୀ ପଦ?

ଏଥର ଇଲେକ୍ସନରେ ୭୮ ଆସନ ଜିତି ସରକାରକୁ ଆସିଛି ବିଜେପି । ଯେଉଁଥିରେ ୫୪ ଜଣ ନୂଆ ବିଧାୟକ ରହିଥିବାବେଳେ, ୨୪ ଜଣ ରହିଛନ୍ତି ପୁରୁଣା ବିଧାୟକ । ନିୟମ ମୁତାବକ, ଏହା ମଧ୍ୟରୁ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଆଉ ୨୧ ଜଣ ନେତା ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ହେଲେ ଏବେ କିନ୍ତୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ମାତ୍ର ୧୫  ଜଣ ନେତା ଅଛନ୍ତି । ତେଣୁ ଏବେ ବି ୬ଟି ମନ୍ତ୍ରୀ ପଦ ଖାଲିପଡ଼ିଛି ।

ଆଶାୟୀ ଅନେକ, କାହାକୁ ମିଳିବ ମନ୍ତ୍ରୀ ପଦ?

ଚର୍ଚ୍ଚା ହେଉଛି ଏଥର କିଛି ନୂଆ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିପାରେ । ଏହାସହ କିଛି ମନ୍ତ୍ରୀଙ୍କ ପାଖରୁ କ୍ଷମତାକୁ ମଧ୍ୟ ହଟାଯାଇପାରେ । ରିପୋର୍ଟ କାର୍ଡ ଅନୁସାରେ ଏହି ସବୁ ନିଷ୍ପତ୍ତି ନିଆଯିବ । ଆଉ ଚର୍ଚ୍ଚା ଅନୁସାରେ ମନ୍ତ୍ରୀ ହେବା ରେସରେ ଏବେ ଏକାଧିକ ବିଧାୟକ ଆଗରେ ରହିଛନ୍ତି । ବଡ଼ଚଣାରୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଧାନସଭାକୁ ଆସିଥିବା ବିଜେପି ବିଧାୟକ ଅମର ନାୟକ, ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା କୋରେଇ ବିଧାୟକ ଆକାଶ ଦାଶ ନାୟକ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସହିତ ସମ୍ବଲୁପର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ମନ୍ତ୍ରୀ ହେବା ରେସରେ ଅଛନ୍ତି ।

ତାଙ୍କ ସହିତ ନବୀନଙ୍କୁ ହରାଇଥିବା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଭୁବନେଶ୍ୱରରେ ଏକମାତ୍ର ବିଜେପି ବିଧାୟକ ବାବୁ ସିଂ, ଉଦଳାର ବିଧାୟକ ଭାସ୍କର ମଢ଼େଇ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରଣପୁର ବିଧାୟିକା ସୁରମା ପାଢ଼ୀ ମନ୍ତ୍ରୀ ହେବା ପାଇଁ ଆଶାୟୀଙ୍କ ଲିଷ୍ଟରେ ଅଛନ୍ତି । ଏହାବାଦ ଭଟଲି ବିଧାୟକ ତଥା ପୂର୍ବତନ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି,ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ମନ୍ତ୍ରୀ ହେବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚା ଯଦି କିଛିକାଂଶରେ ସତ ହୁଏ, ତେବେ ଏହିମାନଙ୍କ ମଧ୍ୟରୁ କିଛି ନେତାଙ୍କୁ ମୋହନଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ।

ବୋର୍ଡ, ନିଗମରେ ଥଇଥାନ ହେବେ ନେତା

ରାଜ୍ୟରେ ବିଜେପି ସରକାର ଆସିବା ପରେ ୩୨ଟି ଯାକ ବୋର୍ଡ ଓ ନିଗମରେ ପଦ ଖାଲି ପଡ଼ିଛି । ତେଣୁ ଏହି ସବୁ ପଦରେ ନେତାଙ୍କୁ ଥଇଥାନ କରିବାକୁ ଏବେ ଅଙ୍କ କଷାଯାଉଛି । ଖାସ୍ କରି ଏହି ପଦ ପଦବୀରେ ଦ୍ୱିତୀୟ ପିଢ଼ିର ନେତାଙ୍କୁ ସୁଯୋଗ ମିଳିପାରେ । ଆଉ କିଛି ନେତାଙ୍କୁ ମଧ୍ୟ ଥଇଥାନ କରାଯାଇପାରେ । ବିଶେଷକରି, ବିରଞ୍ଚି ନାରାୟଣ ତ୍ରିପାଠୀ, ସାରଦା ଶତପଥୀ, ଯତୀନ ମହାନ୍ତି, ଗୋଲକ ମହାପାତ୍ର, ସୀମାଞ୍ଚଳ ଖଟେଇ, ସମୀର ଦାଶ, ସୁରଥ ବିଶ୍ୱାଳଙ୍କ ଭଳି ନେତାଙ୍କୁ ଏଥିରେ ସୁଯୋଗ ଦିଆଯାଇପାରେ । ତାଙ୍କ ସହିତ ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତି, ଦିଲ୍ଲୀପ ମଲ୍ଲିକ, ଶ୍ରୀରଞ୍ଜନ ମଙ୍ଗରାଜ, ଅଭିଳାଷ ପଣ୍ଡା, ଜୟନ୍ତ ଜେନା, ସୁଦୀପ୍ତ ରାୟ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, କୁସୁମ ଟେଟେ, ଗୌତମ ରାୟ, ରାଜେନ୍ଦ୍ର ପଣ୍ଡା, ପ୍ରଦୀପ୍ତ ନାୟକ, ଐଶ୍ୱର୍ଯ୍ୟା ବିଶ୍ୱାଳ, ମହେଶ୍ୱର ସାହୁ, ସୁଜିତ ଦାଶ, ସୁବାଷ ପାଣିଗ୍ରାହୀ, ନାଉରୀ ନାୟକ, ବସନ୍ତ ପଣ୍ଡା, ସୁକେଶୀ ଓରାମ, ତେଜେଶ୍ୱର ପରିଡା, ପିଙ୍କି ପ୍ରଧାନ, ଶ୍ରୀତମ ଦାଶ, ପଞ୍ଚାନନ ନାୟକ ଓ ହରିହର ମହାପାତ୍ରଙ୍କ ମଧ୍ୟରୁ କିଛି ନେତାଙ୍କୁ ବୋର୍ଡ ଆଉ ନିଗମରେ ଥଇଥାନ କରାଯାଇପାରେ । 

ଜାଣିରଖିବା ଉଚିତ ଯେ, ବର୍ଷକର ସରକାର ଏ ପର୍ଯ୍ୟନ୍ତ କୌଣସି ନିଗମ, ବୋର୍ଡର ଅଧ୍ୟକ୍ଷ, ସଭାପତି, ବିଭିନ୍ନ କମିସନର କମିସନ ପଦବି, ରାଜ୍ୟ ଓ ଜିଲ୍ଲା ଯୋଜନା ବୋର୍ଡ ସହିତ ବିଭିନ୍ନ ସରକାରୀ ପଦବିରେ କାହାକୁ ବି ନିଯୁକ୍ତ ଦେଇନାହାନ୍ତି । ତେଣୁ ଆଗାମୀ ଦିନରେ ଏହି ସବୁ ପଦରେ ନିଯକ୍ତି ହେବା ଏକପ୍ରକାର ପକ୍କା । ତେଣୁ ଏହାପୂର୍ବରୁ ନିଜ ନିଜର ଗୋଷ୍ଠୀର ନେତାଙ୍କୁ ପଦ ଦେବାକୁ ବିଧାୟକ, ସାଂସଦ ଆଉ ମନ୍ତ୍ରୀମାନେ ମଧ୍ୟ ଲବି କରିବା ଆରମ୍ଭ କଲେଣି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe