କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ କୋଲକତା ହାଇକୋର୍ଟଙ୍କ ଝଟକା । ପୂର୍ବତନ ପତ୍ନୀଙ୍କୁ ୩କୋଟି ୩୬ଲକ୍ଷ ଟଙ୍କା ଦେବେ ସାମି । ଦୀର୍ଘ ସମୟ ଧରି ମହମ୍ମଦ ସାମି ଓ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ମାମଲା କୋର୍ଟରେ ଚାଲିଥିଲା । ୨୧ ଏପ୍ରିଲରେ ମାମଲାର ଶୁଣାଣି ହୋଇଥିବାବେଳେ ଜୁଲାଇ ୧ରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରତି ମାସରେ ପୂର୍ବତନ ପତ୍ନୀ ହସିନ ଜାହାଁ ଓ ଝିଅ ଆୟରାଙ୍କୁ ୪ଲକ୍ଷ ଟଙ୍କା ଦେବେ ସାମି । 

Advertisment

କୋର୍ଟଙ୍କ ଆଦେଶ ଅନୁସାରେ ପତ୍ନୀ ହସିନଙ୍କୁ ମାସିକ ଖର୍ଚ୍ଚ ବାବଦରେ ଦେଢ ଲକ୍ଷ ଟଙ୍କା ଓ ଝିଅ ଆୟରାଙ୍କ ଖର୍ଚ୍ଚ ବାବଦକୁ ଅଢେଇ ଲକ୍ଷ ଦେବେ ସାମି । ଉଭୟଙ୍କ ମଧ୍ୟରେ ବିବାଦକୁ ନେଇ ଏହି ମାମଲା ଦୀର୍ଘ ୭ବର୍ଷ ହେବ କୋର୍ଟରେ ଚାଲୁଥିବାରୁ ୭ବର୍ଷ ପାଇଁ ହିସାବ ଅନୁସାରେ ୩କୋଟି ୩୬ଲକ୍ଷ ଟଙ୍କା ପତ୍ନୀ ଓ ଝିଅଙ୍କୁ ଦେବେ ସାମି । ଏହା ସହିତ ଆସନ୍ତା ୬ମାସ ମଧ୍ୟରେ ପୁରା ମାମଲାକୁ ରଫାଦଫା କରିବା ପାଇଁ ତଳକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ୨୦୧୪ ମସିହା ଏପ୍ରିଲ ୭ତାରିଖରେ ହସିନ ଓ ସାମିଙ୍କ ବିବାହ ହୋଇଥିବାବେଳେ ୨୦୧୫ରେ ଝିଅ ଆୟରାଙ୍କ ଜନ୍ମ ହୋଇଥିଲା ।