କନକ ବ୍ୟୁରୋ: ପୂର୍ବତନ ପାକିସ୍ତାନୀ ବୋଲର୍ ମହମ୍ମଦ ଆମୀର ପୁଣି ଥରେ ଭାରତୀୟ ଦଳକୁ ବିଦ୍ରୁପ କରିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ସେମି-ଫାଇନାଲକୁ ଯାଉ ନ ଯାଉ ଭାରତ କେବେବି ଯାଇପାରିବ ନାହିଁ । ତାଙ୍କର ଏହି ନୂଆ ମନ୍ତବ୍ୟ ପାକିସ୍ତାନୀ କ୍ରିକେଟ୍ପ୍ରେମୀ ଆମୋଦିତ କରିଥିବାବେଳେ ଭାରତୀୟ ପ୍ରଶଂସକମାନଙ୍କୁ ଅସନ୍ତୁଷ୍ଟ କରିଛି ।
ଏହା ବି ପଢ଼ନ୍ତୁ:ସର୍ବଭାରତୀୟ ବେସାମରିକ ମହିଳା ହକି: ଓଡ଼ିଶା ବିଜେତା
ଏକ ପାକିସ୍ତାନୀ ଟେଲିଭିଜନ କାର୍ଯ୍ୟକ୍ରମ ‘ହାରନା ମନା ହେ’ରେ ନିଜର ମତ ରଖି ମହମ୍ମଦ ଆମୀର କହିଛନ୍ତି, “ପାକିସ୍ତାନ ସେମିକୁ ଯିବ... ପାକିସ୍ତାନ ଯାଉ ନ ଯାଉ ଭାରତ ଆଦୌ ଯିବ ନାହିଁ ।’’ ପୂର୍ବରୁ ଏହି ସମାନ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଭାରତ କେବେବି ସେମିଫାଇନାଲକୁ ଯାଇପାରିବ ନାହିଁ । ଏହାର କାରଣ ସ୍ବରୂପ ସେ କହିଥିଲେ ଉଭୟ ଓ୍ବେଷ୍ଟ-ଇଣ୍ଡିଜ୍ ଓ ଦକ୍ଷିଣ ଆଫ୍ରିକା ଭାରତଠାରୁ ଭଲ ଖେଳୁଛନ୍ତି । ଯେତେବେଳେ ଭାରତ ନିଜର ପ୍ରଥମ ସୁପର-୮ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା, ସେ ଆନନ୍ଦ ପ୍ରକାଶ କରିବା ସହ ପୁଣି ଥରେ ନିଜର ପୂର୍ବାନୁମାନକୁ ଦୋହରାଇଥିଲେ । ଏହାଛଡ଼ା ତାଙ୍କର ଆଉ ଏକ ବୟାନ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଅସନ୍ତୁଷ୍ଟ କରିଥିଲା । ସେ କହିଥିଲେ ଯେ ଅଭିଷେକ ଶର୍ମା ଜଣେ ସ୍ଲଗର୍, ତାଙ୍କ କୌଣସି ବିକଳ୍ପ ବ୍ୟାଟିଂ କୌଶଳ ନାହିଁ ।
ସୂଚନାଯୋଗ୍ୟ ଯେ ରବିବାର ହେବାକୁ ଥିବା ସୁପର-୮ ମ୍ୟାଚ୍ରେ ଭାରତ ଓ୍ବେଷ୍ଟ-ଇଣ୍ଡିଜ୍କୁ ପରାଜିତ କଲେ ସେମି-ଫାଇନାଲକୁ ଯିବ । କିନ୍ତୁ ସେମିକୁ ଯିବାକୁ ହେଲେ ଶନିବାର ପାକିସ୍ତାନକୁ ଶ୍ରୀଲଙ୍କା ବିପକ୍ଷରେ ଏକ ବଡ଼ ବ୍ୟବଧାନରେ ଜିତିବାକୁ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/28/mohammed-amir-2026-02-28-21-35-57.jpg)