କନକ ବ୍ୟୁରୋ: ସରିନି ଅପରେସନ ସିନ୍ଦୂର, ଜାରି ରହିଛି ଆତଙ୍କବାଦ ବିରୋଧୀ ଅଭିଯାନ । ଲଗାତର ଭାବେ ଆତଙ୍କୀ ଓ ଏମାନଙ୍କ ପୃଷ୍ଠପୋଷକ ପାକିସ୍ତାନକୁ ଟାଗେର୍ଟ କରିଆସୁଛନ୍ତି ଭାରତୀୟ ନେତୃତ୍ବ । ଆଜି ପୁଣିଥରେ ମଧ୍ୟପ୍ରଦେଶ ଭୋପାଳ ମାଟିରୁ ସୀମାପାର ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ‘ପହଲଗାମ ଆକ୍ରମଣ ଜରିଆରେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’। ଯାହା ପରବର୍ତ୍ତୀ ସମୟରେ ଅପରେସନ ସିନ୍ଦୂର ରୂପରେ ସେମାନଙ୍କ ପାଇଁ ମୃତ୍ୟୁର ଘଣ୍ଟି ପାଲଟିଥିଲା ବୋଲି ମୋଦୀ କହିଛନ୍ତି । 

Advertisment

ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ଭୋପାଳରୁ ଦେଲେ କଡ଼ା ବାର୍ତ୍ତା । ‘ପହଲଗାମ୍ ଆକ୍ରମଣ ଜରିଆରେ ଭାରତର ନାରୀଶକ୍ତିକୁ ଚ୍ୟାଲେଞ୍ଜ ଦେଇଥିଲେ ଆତଙ୍କବାଦୀ’ । ‘ଯାହା ଆତଙ୍କୀ ଓ ସେମାନଙ୍କ ସମର୍ଥକଙ୍କ ପାଇଁ ମୃତ୍ୟୁ ଘଣ୍ଟି ପାଲଟିଗଲା’ । ଭୋପାଳରେ ଦେବୀ ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀ କାର୍ଯ୍ୟକ୍ରମରେ ସାମିଲ ହୋଇ ପାକିସ୍ତାନ ଉପରେ ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ  । ‘ପହଲଗାମରେରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନାହାନ୍ତି, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ’।

ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସରେ ଅପରେସନ ସିନ୍ଦୂର ସବୁଠାରୁ ବଡ଼ ଏବଂ ସଫଳ ଅପରେସନ । ଯେଉଁଥିରେ ଆମର ସେନା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ସେମାନଙ୍କ ଅସ୍ତିତ୍ବକୁ ଦୋହଲାଇଦେଇଛନ୍ତି ବୋଲି ମୋଦୀ କହିଛନ୍ତି । 

ସିନ୍ଦୂର ହେଉଛି ଆମର ପରମ୍ପରା, ମହିଳା ଶକ୍ତିର ପ୍ରତୀକ । ପ୍ରଭୁ ହନୁମାନ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ । ସିନ୍ଦୂର ସାହସିକତାର ଏକ ପ୍ରତୀକ । ତେଣୁ ପହଲଗାମରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ପ୍ରତିଶୋଧ ନେବାପାଇଁ ଆମେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଶତ୍ରୁ ରାଷ୍ଟ୍ରଙ୍କୁ ଚେତାବନୀ ଦେଇ ମୋଦୀ କହିଛନ୍ତି, ଯଦି ତୁମେ ଗୁଳି ଚଳାଇବ, ଆମେ ଗୋଳାରେ ଏହାର ଜବାବ ଦେବୁ । ଅହଲ୍ୟାବାଈ ହୋଲକରଙ୍କ ୩୦୦ତମ ଜନ୍ମବାର୍ଷିକୀରେ ଏକ ଡାକ ଟିକେଟ୍ ଜାରି କରିଛନ୍ତି ମୋଦୀ । ଏହା ବ୍ୟତୀତ ସେ ଇନ୍ଦୋରରେ ମେଟ୍ରୋ ସେବା ଏବଂ ଦାତିଆ-ସତନା ବିମାନବନ୍ଦରର ମଧ୍ୟ ଉଦଘାଟନ କରିଛନ୍ତି ।