କନକ ବ୍ୟୁରୋ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କୁ ଦେଇଛନ୍ତି ମନ୍ତ୍ର। ପ୍ରାୟ ଦୁଇଘଣ୍ଟା ଧରି ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରହିଥିଲେ। ବିଭିନ୍ନ ପ୍ରସଙ୍ଗରେ ବିଜେପି ଅଫିସରେ ନେତାଙ୍କ ସହ ଆଲୋଚନା କରିଛନ୍ତି । ମୋଦି କହିଛନ୍ତି, ନେତା ଲୋକଙ୍କ ପାଖକୁ ଯାଆନ୍ତୁ । ସେମାନଙ୍କ ସହ ମିଶନ୍ତୁ ଓ ସମସ୍ୟାର ସମାଧାନ କରନ୍ତୁ । ଲୋକଙ୍କ ଜୀବନ ଧାରଣ ମାନ କିଭଳି ବଦଳିବ ସେ ଦିଗରେ ଧ୍ୟାନ ଦିଅନ୍ତୁ । ଏହାଛଡ଼ା ଆଗାମୀ ଦିନରେ ବିଜେପି ଭୋଟ ଯେଭଳି ଅକ୍ଷୂର୍ଣ୍ଣ ରହିବ ସେ ଦିଗରେ ଦୃଷ୍ଟି ଦେବାକୁ ମୋଦି କହିଛନ୍ତି । କଡା ସୁରକ୍ଷାବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ଦିଆଯାଇଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମୋଦୀ ପ୍ରଥମଥର ପାଇଁ ରାଜ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ରାତି ପ୍ରାୟ ୯ଟା ୪୫ରେ ବିଜେପି ଅଫିସରୁ ବାହାରି ରାଜଭବନ ଯାଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ଯୋଗଦେବେ।