କନକ ବ୍ୟୁରୋ : ଦେଶବାସୀ ବିକଶିତ ଭାରତର ସଙ୍କଳ୍ପ ନେଇଛନ୍ତି । ବିକଶିତ ଭାରତର ୪ ସ୍ତମ୍ଭ ହେଉଛି- ନାରୀ ଶକ୍ତି, ଯୁବ ଶକ୍ତି, ଗରିବ ଓ କୃଷକ । ପରମାଣୁ ଧମକକୁ ଭାରତ ଡରେନି, ଆମ ଯବାନ ପାକିସ୍ତାନକୁ ଆଣ୍ଠେଇଛନ୍ତି । ଅପରେସନ୍‌ ସିନ୍ଦୂରରେ ଆତଙ୍କୀ ଠିକଣାକୁ ଧ୍ବଂସ କରିଛୁ । କାଲି ଜୈଶ ଆତଙ୍କୀ କାନ୍ଦୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 

Advertisment

୭୫ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରୁ ସାରା ଦେଶରେ ସ୍ବାସ୍ଥ୍ୟ ଓ ପୋଷଣ ଅଭିଯାନ ପକ୍ଷ ଆରମ୍ଭ କରିଛନ୍ତି । ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଏବଂ ଅଷ୍ଟମ ଜାତୀୟ ପୋଷଣ ମାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ବିକାଶମୂଳକ ପଦକ୍ଷେପ ଉନ୍ମୋଚନ କରିବା ସହ ଜନସଭାକୁ ମଧ୍ୟ ଉଦ୍‌ବୋଧନ ଦେଇଛନ୍ତି । ବିଜେପି ସାରା ଦେଶରେ ରକ୍ତଦାନ ଏବଂ ସ୍ବାସ୍ଥ୍ୟ ଶିବିର ସମେତ ଏଭଳି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବ । ମୋଦୀଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ବହୁତ ଭଲ କଥାବାର୍ତ୍ତା ହୋଇଛି ଏବଂ ଏହି ସମୟରେ ଟ୍ରମ୍ପ ମୋଦୀଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ, ସେ ଭାରତୀୟ ନେତାଙ୍କୁ ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବାରେ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଭାରତ ଏବଂ ବିଦେଶର ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ୭୫ତମ ଜନ୍ମଦିନରେ ହାର୍ଦ୍ଦିକ ଶୁଭେଚ୍ଛା । ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଦେଶ ପ୍ରତି ସମର୍ପଣ ଏବଂ ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ମୋଦୀଜୀ ଭାରତକୁ ନୂତନ ଶକ୍ତି ଏବଂ ଦିଗଦର୍ଶନ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସମ୍ବେଦନଶୀଳ ଏବଂ ଉତ୍ସର୍ଗୀକୃତ ଜୀବନର ୭୫ ବର୍ଷ ଦେଶ ସେବା ପାଇଁ ଉତ୍ସର୍ଗ କରିଛନ୍ତି ।

ବିକଶିତ ଭାରତ, ମୋଦୀଙ୍କ ଯୋଜନା

ପିଏମ୍ ଆବାସ ଯୋଜନା: ୨୦୧୫ରୁ ଗରିବଙ୍କ ପାଇଁ ଘର ନିର୍ମାଣ
୪.୨୧ କୋଟି ଘର ତିଆରି ସରିଛି 
ପିଏମ୍ ଜନ ଧନ ଯୋଜନା : ୨୦୧୪ରୁ ବ୍ୟାଙ୍କିଂ ସୁବିଧା; ୫୬.୦୪ କୋଟି ଆକାଉଣ୍ଟ, ଫ୍ରି ଇନ୍ସ୍ୟୁରାନ୍ସ
ଅଟଳ ପେନ୍‌ସନ୍ ଯୋଜନା
ପିଏମ୍ ଉଜ୍ଜ୍ୱଳା ଯୋଜନା: ୨୦୧୬ରୁ ମହିଳାଙ୍କ ପାଇଁ ମାଗଣା ଏଲ୍‌ପିଜି ଯୋଜନା 
ପିଏମ୍ ସୁରକ୍ଷା ବୀମା ଯୋଜନା: ୨୦୧୫ରୁ ଦୁର୍ଘଟଣା ବୀମା
ଆୟୁଷ୍ମାନ ଭାରତ ଯୋଜନା, ଗରିବ ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା
ପିଏମ୍ କିଷାନ ସମ୍ମାନ ନିଧି ଯୋଜନା 
ସେମିକଣ୍ଡକ୍ଟର ହବ୍‌ ଭାରତ
ସ୍ବଚ୍ଛ ଭାରତ ମିସନରେ ୧୨ କୋଟି ଶୌଚାଳୟ ନିର୍ମାଣ