ଝାରସୁଗୁଡ଼ାରୁ କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ: କଂଗ୍ରେସର ଲୁଟତନ୍ତ୍ରରୁ ଦେଶକୁ ବାହାରକୁ ଆଣିଛି ବିଜେପି

Advertisment

କେନ୍ଦ୍ର ସରକାର ଜିଏସଟି କମାଇବା ପରେ କଂଗ୍ରେସ ଲଗାତାର ଭାବେ ମୋଦୀଙ୍କୁ ଟାର୍ଗେଟ କରି ଆସୁଥିବାବେଳେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଝାରସୁଗୁଡା ସଭା ମଂଚରୁ କଂଗ୍ରେସ ସରକାରକୁ ଲୁଟେରା ସରକାର କହି କଡା ସମାଲୋଚନା କରିଛନ୍ତି।

କେନ୍ଦ୍ର ସରକାର ଜିଏସଟି କମାଇବା ପରେ କଂଗ୍ରେସ ଲଗାତାର ଭାବେ ମୋଦୀଙ୍କୁ ଟାର୍ଗେଟ କରି ଆସୁଥିବାବେଳେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଝାରସୁଗୁଡା ସଭା ମଂଚରୁ କଂଗ୍ରେସ ସରକାରକୁ ଲୁଟେରା ସରକାର କହି କଡା ସମାଲୋଚନା କରିଛନ୍ତି।

7PM7

Photograph: (kanak news)

କନକ ବ୍ୟୁରୋ: ଝାରସୁଗୁଡା ଗସ୍ତରେ ଆସି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ଜିଏସଟି ପ୍ରସଙ୍ଗଠାରୁ ଆରମ୍ଭ କରି ଆୟ କର ପର୍ଯ୍ୟନ୍ତ ସବୁଥିରେ କଂଗ୍ରେସ ସରକାର ଲୋକଙ୍କୁ ଲୁଟ୍ କରୁଥିଲା ବୋଲି ଅଭିଯୋଗ କରିଛନ୍ତି ମୋଦୀ । ଏଥିସହ ତାଙ୍କ ସରକାର ଲୋକଙ୍କ ପାଇଁ ଛିଡ଼ା ହୋଇଛି ବୋଲି କହିଛନ୍ତି । 

କେନ୍ଦ୍ର ସରକାର ଜିଏସଟି କମାଇବା ପରେ କଂଗ୍ରେସ ଲଗାତାର ଭାବେ ମୋଦୀଙ୍କୁ ଟାର୍ଗେଟ କରି ଆସୁଥିବାବେଳେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଝାରସୁଗୁଡା ସଭା ମଂଚରୁ କଂଗ୍ରେସ ସରକାରକୁ ଲୁଟେରା ସରକାର କହି କଡା ସମାଲୋଚନା କରିଛନ୍ତି। କହିଛନ୍ତି, 
କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍   
- କଂଗ୍ରେସ ଲୁଟିବା ସୁଯୋଗ ଛାଡ଼େନାହିଁ 
- ଦୁଇ ଲକ୍ଷ ଆୟ କଲେ ବି ଆୟକର ଦେବାକୁ ପଡୁଥିଲା, ଏବେ ୧୨ଲକ୍ଷ ପର୍ଯ୍ୟନ୍ତ ଦେବାକୁ ପଡୁନାହିଁ  
- ଲକ୍ଷେ ଟଙ୍କା ଖର୍ଚ୍ଚ କଲେ ୨୦ରୁ ୨୫ ହଜାର ଟିକସ ଦେବାକୁ ପଡୁଥିଲା, ଏବେ ମାତ୍ର ୫ରୁ ୬ହଜାର ହୋଇଛି  
- ଟ୍ରାକ୍ଟର କିଣିଲେ ୭୦ ହଜାର ଟିକସ ଥିଲା, ଏବେ ୪୦ ହଜାର ବଞ୍ଚାଇ ପାରୁଛି ଚାଷୀ 
- ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ସିମେଣ୍ଟ ଉପରେ ଏକ୍ସଟ୍ରା ଚାର୍ଜ ଲାଗୁ କରିଛି ବୋଲି ଅଭିଯୋଗ କରିଛନ୍ତି ମୋଦୀ। 

ବିହାର ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ଥିବାବେଳେ ଜିଏସଟି କମାଇଛନ୍ତି କେନ୍ଦ୍ର ସରକାର। ଅଧିକାଂଶ ସାମଗ୍ରୀ ଉପରେ ଜିଏସଟିକୁ ୫ପ୍ରତିଶତକୁ କମାଇ ଦେଇଛନ୍ତି। ଏହାକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କୁ ସମାଲୋଚନା କରି ଆସୁଛି। ଏହାରି ଭିତରେ ଆଜି ଲୋକମାନଙ୍କୁ କଂଗ୍ରେସଠାରୁ ସାବଧାନ ରହିବାକୁ ଅପିଲ କରିଛନ୍ତି ମୋଦୀ । ଓଡ଼ିଶା ଗସ୍ତରେ ଆସି ମୋଦୀ କଂଗ୍ରେସକୁ ଟାର୍ଗେଟ କରିବା ଚର୍ଚ୍ଚାର ବିଷୟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe