ଉତ୍କର୍ଷ ଓଡ଼ିଶା ମଞ୍ଚରେ ମୋଦୀଙ୍କ ଗ୍ୟାରେଣ୍ଟି । ଉଦଘାଟନ କରି ପୁଞ୍ଜିପତିଙ୍କୁ ଦେଲେ ଆହ୍ବାନ, ମୋ ଡିଏନଏରେ ଅଛି ଓଡ଼ିଶା , ନିବେଶ କର ।

ଭୁବନେଶ୍ବରରେ ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଦେଶ ବିଦେଶର ଶିଳ୍ପପତିଙ୍କୁ ଓଡ଼ିଶାରେ ଥିବା ଅପାର ସମ୍ଭାବନାର ସୁଯୋଗ ଉଠାଇବାକୁ ଅପିଲ କରିଛନ୍ତି ମୋଦୀ।

ଓଡ଼ିଶା ଛୁଇଁବ ବିକାଶର ଶିଖର

ଓଡ଼ିଶା ଛୁଇଁବ ବିକାଶର ଶିଖର Photograph: (KanakNews )

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ଦେଶ ବିଦେଶର ଶିଳ୍ପପତିଙ୍କୁ ଓଡ଼ିଶାରେ ଥିବା ଅପାର ସମ୍ଭାବନାର ସୁଯୋଗ ଉଠାଇବାକୁ ଅପିଲ କରିଛନ୍ତି ମୋଦୀ।

  • ଓଡ଼ିଶାରେ ରହିଛି ଅପାର ସମ୍ଭାବନା
  • ଖୁବଶୀଘ୍ର ଛୁଇଁବ ବିକାଶର ଶିଖର 

ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା ପାଇଁ ସୃଷ୍ଟି ହୋଇଛି ଅପାର ସମ୍ଭାବନା। ଭୁବନେଶ୍ବରରେ ଆୟୋଜିତ ଶିଳ୍ପ ମହାକୁମ୍ଭ ତଥା ଉତ୍କର୍ଷ ଓଡ଼ିଶା କନକ୍ଳେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହ ଓଡିଶାରେ ପୁଞ୍ଜିନିବେଶ ପାଇଁ କେମିତି ସୁଯୋଗ ରହିଛି ତାହା ବଖାଣିଛନ୍ତି ଏବଂ ପୁଞ୍ଜିନିବେଶ କରିବାକୁ ଶିଳ୍ପପତିଙ୍କୁ ଆହ୍ବାନ ଦେଇଛନ୍ତି। ଶିଳ୍ପପତିଙ୍କୁ ସମ୍ବୋଦ୍ଧିତ କରି ମୋଦୀ କହିଛନ୍ତି, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଅପାର ସୁଯୋଗ ରହିଛି। ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି। ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି MSMEକୁ ସପୋର୍ଟ କରନ୍ତୁ। ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ। ଏଥସହ ଓଡ଼ିଶା ବହୁତ ଜଲଦି ଶିଖର ଛୁଇଁବ, ଯାହା କେହି କଳ୍ପନା କରି ନଥିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କ ଆହ୍ବାନ ଓଡ଼ିଶା ଶିଳ୍ପକ୍ଷେତ୍ର ପାଇଁ ନୂଆ ଆଶା ସଂଚାର କରିଛି। 

ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ନିବେଶକଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉଦଘାଟନୀ ଦିନରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଓଡିଶାରେ ଶିଳ୍ପ ନିବେଶ ପାଇଁ ଥିବା ସମ୍ଭାବନାକୁ ଶିଳ୍ପପତିଙ୍କ ଆଗରେ ରଖିଛନ୍ତି। ଶିଳ୍ପପତିଙ୍କୁ ଶିଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଦେଶର ଡ୍ରାଇଭିଂ ଇଞ୍ଜିନ ହେବ। ସମସ୍ତ ଶିଳ୍ପପତିଙ୍କ ପାଇଁ ଓଡ଼ିଶାର ଦ୍ୱାର ସବୁବେଳେ ଖୋଲା ରହିଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରନ୍ତୁ। 

ତେବେ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାରକୁ ଆସିବା ପରେ ଏହି ଶିଳ୍ପ ମହାକୁମ୍ଭ ଆୟୋଜନ ହେଉଛି।  ଯାହାକୁ ସଫଳ କରିବାକୁ ଲାଗି ପଡିଛନ୍ତି ମୋହନଙ୍କ ପୂରା ଟିମ୍।।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe