କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାରଗୁଡ଼ିକର ଅନଲାଇନ୍ ନିଲାମୀ ଆଜିଠାରୁ ଆରମ୍ଭ ହେବ । ଏହା ନମାମି ଗଙ୍ଗା ଅଭିଯାନ ପାଇଁ ଅର୍ଥ ସଂଗ୍ରହର ଏକ ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କୁ ପ୍ରାପ୍ତ ୧୩୦୦ଟି ଉପହାରର ନିଲାମୀ ୨ ଅକ୍ଟୋବରରେ ଶେଷ ହେବ । ଏହି ନିଲାମୀର ଆଧାର ମୂଲ୍ୟ ୧୭୦୦ ଟଙ୍କାରୁ ୧ କୋଟି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ଯେକୌଣସି ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିପାରିବେ । ମୋଦୀଙ୍କ ଉପହାର ନିଲାମୀର ଏହା ସପ୍ତମ ସଂସ୍କରଣ, ଯାହା ୨୦୧୯ରୁ ଆରମ୍ଭ ହୋଇଛି । ପୂର୍ବ ଛଅ ବର୍ଷରେ ୭ ହଜାରରୁ ଅଧିକ ଉପହାର ନିଲାମ ହୋଇ ୫୦ କୋଟି ୩୩ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଥିଲା । ଏଥର ନିଲାମୀରେ ପାରାଅଲିମ୍ପିକ୍‌ ୨୦୨୪ର ଖେଳାଳିମାନଙ୍କ ଉପହାର ମଧ୍ୟ ଅନ୍ତର୍ଭୁକ୍ତ ।

ଆଜିଠୁ ମୋଦୀଙ୍କ ଉପହାର ନିଲାମୀ  

Advertisment

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ଉପହାର ନିଲାମୀ, ଯାହା ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ
୧୩୦୦ଟି ଉପହାର ନିଲାମ ହେବ ୧୭୦୦ ଟଙ୍କାରୁ ଆରମ୍ଭ ହେବ ନିଲାମୀ
ଅନ୍ୟ ଉପହାର ମଧ୍ୟରେ ଠାକୁରଙ୍କ ମୂର୍ତ୍ତି, ଚିତ୍ରକଳା, ଟୋପି, ମନ୍ଦିର ଶିଳ୍ପକଳା ଅନ୍ତର୍ଭୁକ୍ତ
ସବୁଠାରୁ ମହଙ୍ଗା ଉପହାର ହେଉଛି ତୁଲଜା ଭବାନୀଙ୍କ ପ୍ରତିମା
ବିଶେଷ ଉପହାର ଭାବେ ପାରାଅଲିମ୍ପିକ୍‌ ଖେଳାଳିଙ୍କ ଜୋତା, କ୍ରୀଡ଼ା ସାମଗ୍ରୀ ରହିଛି
ସମସ୍ତେ ଅନ୍‌ଲାଇନ୍‌ରେ ବିଡିଂ କରିପାରିବେ