କନକ ବ୍ୟୁରୋ : ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି । ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି । ବାଇଡେନଙ୍କୁ ରୁପା ଖଚିତ ଏକ ଟ୍ରେନ୍ ମଡେଲ ଉପହାର ଦେଇଥିବା ବେଳେ ଜିଲ୍ଙ୍କୁ କଶ୍ମୀର ଶଲ୍ ଉପହାର ଦେଇଛନ୍ତି ।
ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍ ଖୁସି ଥିବା ଜଣାପଡ଼ିଛନ୍ତି । ବାଇଡେନଙ୍କୁ ମୋଦି ଦେଇଥିବା ରୁପା ଖଚିତ ଟ୍ରେନ୍ ମଡେଲ ଉପହାରକୁ ମହାରାଷ୍ଟ୍ରର କାରିଗରମାନେ ପ୍ରସ୍ତୁତ କରିଛନ୍ତି । ଏହା ହାତରେ ଖୋଦିତ ହୋଇଛି । ୯୨.୫ ପ୍ରତିଶତ ରୁପାରେ ନିର୍ମିତ ଏହି ମଡେଲ ଭାରତୀୟ ଧାତବ କଳାର ଶିଖରକୁ ପ୍ରତିପାଦିତ କରେ । ଏହି ମଡେଲରେ ‘ଦିଲ୍ଲୀ – ଡେଲାଓ୍ବେର୍’ ଲେଖା ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/YCIEsxvttYD2mMOmZv6G.jpg)