ବିହାର ପାଇଁ ମୋଦୀଙ୍କ ବଡ଼ ଘୋଷଣା,  ଫୋକସ୍‌ରେ ଛାତ୍ର ଓ ଯୁବବର୍ଗ

ବେକାର ଯୁବକଙ୍କୁ ମାସକୁ ମିଳିବ ୧ହଜାର ଟଙ୍କା ପ୍ରୋତ୍ସାହନ ରାଶି । ସ୍ନାତକ ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା ଯାଏ ସୁଧମୁକ୍ତ ଋଣ ।

ବିହାର ପାଇଁ ବଡ଼ ଘୋଷଣା

ବିହାର ପାଇଁ ବଡ଼ ଘୋଷଣା Photograph: (Kanaknews)

କନକ ବ୍ୟୁରୋ: ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ଉପହାର ।  କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର ଟଙ୍କା ପାଇବେ । ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ବିହାରର ସ୍ନାତକ ପାସ୍ କରି ବେକାର ଥିବା ୫ ଲକ୍ଷ ଯୁବକ ଏହାଦ୍ୱାରା  ଉପକୃତ ହେବେ।  ସେମାନଙ୍କୁ ମାଗଣା କୌଶଳ ତାଲିମ ମଧ୍ୟ ଦିଆଯିବ।  ସେହିପରି ଆଜି ନୂଆ ଛାତ୍ର କ୍ରେଡିଟ୍ କାର୍ଡ ଯୋଜନା ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।  

ଏହାଦ୍ୱାରା ବିହାରର ସ୍ନାତକ ଛାତ୍ରମାନେ ୪  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧମୁକ୍ତ ଋଣ ପାଇବେ । ଏହି ଶିକ୍ଷା ଋଣ ବିହାରର ଉଚ୍ଚଶିକ୍ଷା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ଏହି ଯୋଜନାରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାତ୍ରଛାତ୍ରୀ ପୂର୍ବରୁ ଉପକୃତ ହୋଇସାରିଛନ୍ତି । ମୋଟ  ୭ ହଜାର ୮୮୦  କୋଟିରୁ ଅଧିକ ଟଙ୍କା ଋଣ ଦିଆଯାଇଛି । ଆସନ୍ତା ମାସରେ ବିହାର ବିଧାନସଭା ନିର୍ବାଚନ ଅଛି । ଏହାକୁ ଆଖି ଆଗରେ ରଖି ଯୁବକ ଓ ଛାତ୍ରମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ନୂଆ ଯୋଜନା ଆରମ୍ଭ କରାଯାଇଥିବା ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe