କନକ ବ୍ୟୁରୋ : ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦୀଙ୍କ ପରାମର୍ଶ । ଦେଖିଚାହିଁ ବୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କର୍ଣ୍ଣେଲ ସୋଫିଆ କୁରେଶୀଙ୍କୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀ ତଥା ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ତାଗିଦ କରିଛନ୍ତି ମୋଦୀ । ତେବେ ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ଏନଡିଏ । ୨୦୨୪ରେ ଏନଡିଏ ସରକାର ତୃତୀୟଥର କ୍ଷମତାକୁ ଆସିବା ପରେ ଦିଲ୍ଲୀରେ ପ୍ରଥମ ବଡ଼ ବୈଠକ ହୋଇଛି । ଏଥିରେ ପାରିତ ହୋଇଛି ତିନିଟି ବଡ଼ ପ୍ରସ୍ତାବ । 'ଅପରେସନ୍ ସିନ୍ଦୂର'ର ସଫଳତା ପାଇଁ ସେନା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରସ୍ତାବ ପାରିତ ହୋଇଛି ।
ଏହାସହ ଆଗାମୀ ଜନଗଣନାରେ ଜାତିଭିତ୍ତିକ ଗଣନା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ପ୍ରସ୍ତାବ ପାରିତ ହୋଇଛି । ସେହିପରି ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ଏନଡିଏ ସହଯୋଗୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କନକ୍ଲେଭରେ ସାମିଲ ହୋଇଥିଲେ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୧୮ ଉପମୁଖ୍ୟମନ୍ତ୍ରୀ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।
ଏନଡିଏ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦୀଙ୍କ ପରାମର୍ଶ : ଦେଖିଚାହିଁ ବୟାନ ଦେବାକୁ କହିଲେ ପ୍ରଧାନମନ୍ତ୍ରୀ
ବିଜେପି ନେତାଙ୍କ ବିବାଦୀୟ ବୟାନ ପରେ ତାଗିଦ କରିଛନ୍ତି ମୋଦୀ । ଆତଙ୍କବାଦ ବିରୋଧରେ ଅପରେସନ୍ ସିନ୍ଦୂରର ସଫଳତା ପରେ ରାଜନୈତିକ ଶକ୍ତି ପ୍ରଦର୍ଶନ କରିଛି ଏନଡିଏ ।
/kanak/media/media_files/2025/05/26/VMqqKl6beRjHsqf6EaNt.jpg)