ବାଂଲାଦେଶର ଅନୁରୋଧ ରକ୍ଷା କଲା ଭାରତ । ଅନ୍ତରୀଣ ସରକାର ମହମ୍ମଦ ୟୁନୁସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ

Advertisment

ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ବୈଠକ ହୋଇଛି । ପ୍ରଥମେ ଅନୁମାନ କରାଯାଉଥିଲା ଯେ, ଦୁଇ ଦେଶ ମୁଖ୍ୟଙ୍କ ଭିତରେ ଆଲୋଚନା ନହୋଇପାରେ । କିନ୍ତୁ ବାଂଲାଦେଶ ବାରମ୍ବାର ଆଲୋଚନା ପାଇଁ ଅନୁରୋଧ କରୁଥିଲା ।

ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ବୈଠକ ହୋଇଛି । ପ୍ରଥମେ ଅନୁମାନ କରାଯାଉଥିଲା ଯେ, ଦୁଇ ଦେଶ ମୁଖ୍ୟଙ୍କ ଭିତରେ ଆଲୋଚନା ନହୋଇପାରେ । କିନ୍ତୁ ବାଂଲାଦେଶ ବାରମ୍ବାର ଆଲୋଚନା ପାଇଁ ଅନୁରୋଧ କରୁଥିଲା ।

Modi-younus

Photograph: (kanakNews)

କନକ ବ୍ୟରୋ : ବ୍ୟାଙ୍କକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ବୈଠକ ହୋଇଛି । ପ୍ରଥମେ ଅନୁମାନ କରାଯାଉଥିଲା ଯେ, ଦୁଇ ଦେଶ ମୁଖ୍ୟଙ୍କ ଭିତରେ ଆଲୋଚନା ନହୋଇପାରେ । କିନ୍ତୁ ବାଂଲାଦେଶ ବାରମ୍ବାର ଆଲୋଚନା ପାଇଁ ଅନୁରୋଧ କରୁଥିଲା । ସୂଚନା ଅନୁସାରେ, ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ସେଭେନ ସିଷ୍ଟର, ଚୀନ୍‌ ସହ ବାଂଲାଦେଶର ବନ୍ଧୁତା ଉପରେ ଆଲୋଚନା ହୋଇଥିଲା । ବୈଠକ ସେତେବେଳେ ବସିଥିଲା ଯେତେବେଳେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ନିକଟରେ ଚୀନ୍‌ ଗସ୍ତରେ ୟୁନୁସଙ୍କ ବୟାନ ଭାରତରେ ଝଡ଼ ସୃଷ୍ଟି କରିଥିଲା । ୟୁନୁସ ଚୀନ୍‌ରେ ବିବାଦୀୟ ବୟାନ ଦେଇ କହିଥିଲେ, ବାଂଲାଦେଶ ହେଉଛି ସମୁଦ୍ରର ଗାର୍ଡିୟନ । ୟୁନୁସଙ୍କ ଜବାବରେ ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଥିଲେ, ବଙ୍ଗୋପସାଗରରେ ଭାରତର ଦୀର୍ଘତମ ଉପକୂଳ ଅଛି । ୟୁନୁସଙ୍କ ମନ୍ତବ୍ୟ ଏବଂ ଚୀନ୍‌କୁ ବାଂଲାଦେଶର ନୂତନ ଅଂଶୀଦାର ଭାବରେ ପ୍ରଦର୍ଶିତ କରିବା ପାଇଁ ତାଙ୍କର ପ୍ରୟାସ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଥିଲା, ଯାହା ଶେଖ ହାସିନାଙ୍କ ସମୟରେ ଘନିଷ୍ଠ ସମ୍ପର୍କ ସୃଷ୍ଟି କରିଥିଲା । ହାସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାଂଲାଦେଶର ବାରମ୍ବାର ଅନୁରୋଧକୁ ଭାରତ ଶୁଣିନାହିଁ, ଆଉ ସେତେବେଳେ ବାଲାଂ ସରକାର ଭାରତ ବିରୋଧୀ ବୟାନ ଦେବା ଆରମ୍ଭ କରିଥିଲେ । 

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଆଉ ଏକ ବିବାଦୀୟ ଘଟଣା ହେଉଛି ଗତ କିଛି ମାସ ମଧ୍ୟରେ ମୌଳବାଦୀ ଇସଲାମବାଦୀମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଇସ୍କନ ସାଧୁଙ୍କ ଗିରଫଦାରୀ ଏବଂ ଇସ୍କନ ସମେତ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜାରେ ଭାରତ ୟୁନୁସ ସରକାରଙ୍କ ଉପରେ ଖୁସି ନଥିଲା । ବ୍ୟାଙ୍କକରେ ଚାଲିଥିବା ଷଷ୍ଠତମ ବିମ୍ସଷ୍ଟ୍ରେକ୍ ସମ୍ମିଳନୀରେ ଦୁଇ ଦେଶର ବୈଠକକୁ ଗୁରୁତ୍ବପୂର୍ଣ୍ଣ ଭାବେ ଦେଖାଯାଉଛି, କାରଣ ଭାରତରେ ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ଉପରେ ଆକ୍ରମଣ, ହସିନା ଭାରତରେ ରହିବା ଯୋଗୁଁ ଦିଲ୍ଲୀ-ଢାକା ମଧ୍ୟରେ ଅନେକ ଦିନ ପର୍ଯ୍ୟନ୍ତ ତିକ୍ତତା ଲାଗିରହିଥିଲା । ଜାତୀୟ ଗଣମାଧ୍ୟମ ଅନୁସାରେ, ମହମ୍ମଦ ୟୁନୁସଙ୍କ ଅନୁରୋଧ ପରେ ମୋଦୀ ବୈଠକ ପାଇଁ ରାଜି ହୋଇଥିଲେ। ଏହା ପୂର୍ବରୁ ୨୦୨୪ ଡିସେମ୍ବରରେ ୟୁନୁସ ଦିଲ୍ଲୀ ଆସିବାକୁ ଅନୁରୋଧ କରିଥିଲେ । କିନ୍ତୁ ଭାରତ ତରଫରୁ ସେପରି କିଛି ସକାରାତ୍ମକ ପ୍ରତିକ୍ରିୟା ଆସିନଥିଲା । ୟୁନୁସଙ୍କ ବେଜିଂ ଗସ୍ତ ସମୟରେ ଭାରତର ପୂର୍ବ ରାଜ୍ୟ, ଭୁଟାନ, ନେପାଳ ଓ ବାଲାଂଦେଶରେ ଚୀନ୍‌ ଅର୍ଥବ୍ୟବସ୍ଥାକୁ ବିସ୍ତାର କରିବାର ସୁଯୋଗ ରହିଛି ବୋଲି କହିଥିଲେ ଯାହା ପରେ ଦିଲ୍ଲୀରେ ୟୁନୁସଙ୍କ ପ୍ରତିକ୍ରିୟାକୁ ବିରୋଧ କରାଯାଇଥିଲା । ଭିଡିଓ, ଫଟୋରେ ସ୍ପଷ୍ଟ ଦେଖାଯାଉଛି ଯେ, ୟୁନୁସଙ୍କ ପ୍ରତି ମୋଦୀଙ୍କ ଆଭିମୁଖ୍ୟ ପଜିଟିଭ ରହିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe