ଆଜି ମୋଦୀ-ଜିନପିଙ୍ଗ୍ ଭେଟଘାଟ୍ : ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରିବାର ରହିଛି କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌କୁ ସାକ୍ଷାତ କରିବା ସହ ଦ୍ବିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଉଭୟ ନେତା ଭାରତ-ଚୀନ୍ ଅର୍ଥନୈତିକ ସମ୍ପର୍କର ସମୀକ୍ଷା କରିବେ ।

Modi China

Modi China Photograph: (KanakNews)

କନକ ବ୍ୟୁରୋ : ଏସସିଓ ସମିଟରେ ଯୋଗଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌କୁ ସାକ୍ଷାତ କରିବା ସହ ଦ୍ବିପାକ୍ଷିକ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଉଭୟ ନେତା ଭାରତ-ଚୀନ୍ ଅର୍ଥନୈତିକ ସମ୍ପର୍କର ସମୀକ୍ଷା କରିବେ । ଏହା ସହିତ, ପୂର୍ବ ଲଦାଖରେ ସୀମା ବିବାଦ ପରେ ସମ୍ପର୍କରେ ତିକ୍ତତା ଦୂର କରିବା ପାଇଁ ପଦକ୍ଷେପ ଉପରେ ଆଲୋକପାତ କରିପାରନ୍ତି ବୋଲି ଆକଳନ କରାଯାଉଛି । ଏହି ବୈଠକର ଗୁରୁତ୍ୱପୂର୍ଣ୍ଣ କାରଣ ଟ୍ରମ୍ପଙ୍କ ଶୁଳ୍କ ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟରେ ଉତ୍ତେଜନା ମଧ୍ୟରେ ଭାରତ ଏବଂ ଚୀନ୍ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ରାଜି ହୋଇଛନ୍ତି । ଏହା ପରେ ଆସନ୍ତାକାଲି ମୋଦୀ ରୁଷ୍ ରାଷ୍ଟ୍ରପତି ପୁଟିନ ଏବଂ ଅନେକ ବିଶ୍ୱ ନେତାଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ଆଜି ମୋଦୀ-ଜିନପିଙ୍ଗ୍ ଭେଟଘାଟ
ଅନେକ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ୨ ନେତା
ଅର୍ଥନୈତିକ ସମ୍ପର୍କର ସମୀକ୍ଷା କରିବେ ମୋଦୀ-ଜିନପିଙ୍ଗ୍
ସୀମା ବିବାଦ ପରେ ସମ୍ପର୍କରେ ତିକ୍ତତା ଦୂର କରିବା ପାଇଁ ନେବେ ପଦକ୍ଷେପ

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାମ୍ପ୍ରତିକ ସ୍ଥିତି  ବିଶେଷକରି ରୁଷ ସହ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ କହିଥିଲେ । କୂଟନୈତିକ ସ୍ତରରେ ଏହି ଟେଲିଫୋନ ଆଲୋଚନାକୁ ଗୁରୁତ୍ବ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ପ୍ରୟାସକୁ ସମର୍ଥନ କରିବା ଲାଗି ଭାରତର ଦୃଢ଼ ଏବଂ ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଧନ୍ୟବାଦ ଜଣାଇବା ସହ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ତଥା ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବା ପ୍ରୟାସକୁ ସମର୍ଥନ କରିବା ଲାଗି ଭାରତର ଦୃଢ଼ ଏବଂ ନିରନ୍ତର ଆଭିମୁଖ୍ୟକୁ ଦୋହରାଇଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଦୁଇ ନେତା ଭାରତ-ୟୁକ୍ରେନ୍ ଦ୍ବିପାକ୍ଷୀକ ଭାଗିଦାରୀର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ ଏବଂ ପାରସ୍ପରିକ ସ୍ୱାର୍ଥ ସହ ଜଡ଼ିତ ସମସ୍ତ କ୍ଷେତ୍ରରେ ସହଯୋଗକୁ ଆହୁରି ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ। ଉଭୟ ନେତା ଯୋଗାଯୋଗରେ ରହିବାକୁ ରାଜି ହୋଇଥିଲେ।

ଜେଲେନସ୍କିଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ରୁଷ ସହ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ମୋଦୀଙ୍କୁ ଅବଗତ କଲେ ଜେଲେନସ୍କି
ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଦିଗରେ ପରାମର୍ଶ ଦେଲେ ମୋଦୀ
ଟ୍ରମ୍ପଙ୍କ ସହ ଭେଟ ପୂର୍ବରୁ ଜେଲେନସ୍କିଙ୍କ ସହ ମୋଦୀଙ୍କ ଆଲୋଚନା
ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ମୋଦୀ
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe