କନକ ବ୍ୟୁରୋ : ଚଳିତମାସ ଶେଷରେ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ୮୦ତମ ବିତର୍କକୁ ସମ୍ବୋଧିତ କରିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ଜାରି ହୋଇଥିବା ସଂଶୋଧିତ ବକ୍ତାଙ୍କ ତାଲିକା ଅନୁଯାୟୀ, ହେବାକୁ ଥିବା ଏହି ସମ୍ମିଳନୀରେ ସେପ୍ଟେମ୍ବର ୨୭ରେ ଏସ୍ ଜୟଶଙ୍କର ଅଭିଭାଷଣ ରଖିବେ। ଏ ନେଇ ରଣଧୀର ଜୈସ୍ବାଲ୍ ଏକ ପ୍ରେସ୍ ବିବୃତି ଜାରି କରିଛନ୍ତି। ଜୁଲାଇରେ ପ୍ରକାଶ ପାଇଥିବା ଏକ ପୂର୍ବ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ସ୍ଥିର କରାଯାଇଥିଲା। ସେହିଦିନ ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ମୁଖ୍ୟମାନେ ମଧ୍ୟ ସେମାନଙ୍କ ଅଭିଭାଷଣ ରଖିବାର କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିବର୍ତ୍ତନର ଅର୍ଥ ହେଉଛି; ମୋଦୀ ଏଥର ଅନ୍ତର୍ଜାତୀୟ ମଞ୍ଚରେ ଅନ୍ୟ ଦେଶର ନେତାମାନଙ୍କ ସହିତ ୟୁଏନ୍ଜିଏ ମଞ୍ଚ ସେୟାର କରିବେ ନାହିଁ।
ମୋଦୀଙ୍କ ବଦଳରେ ଜୟଶଙ୍କର –
ଭାରତ ସେପ୍ଟେମ୍ବର ୨୭ ତାରିଖ ସକାଳେ ଜାତିସଂଘକୁ ସମ୍ବୋଧିତ କରିବ
ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନରେ ଏସ. ଜୟଶଙ୍କର ଭାରତର ପ୍ରତିନିଧିତ୍ୱ କରିବେ
ଜାତିସଂଘ ମୁଖ୍ୟାଳୟରେ ବର୍ଷର ସବୁଠାରୁ ବ୍ୟସ୍ତ କୂଟନୈତିକ ଅଧିବେଶନ ଭାବେ ବିବେଚିତ
ପ୍ରତିବର୍ଷ ସେପ୍ଟେମ୍ବରରେ ହୋଇଥାଏ ଜାତିସଂଘ ସାଧାରଣ ପରିଷଦର ଅଧିବେଶନ
ଅଧିବେଶନରେ ଇସ୍ରାଏଲ-ହମାସ ବିବାଦ ସହିତ ୟୁକ୍ରେନ-ରୁଷ ଉପରେ ମଧ୍ୟ ଆଲୋଚନା
--